ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ । ବିବାଦୀୟ ଅବକାରୀ ନୀତିକୁ ନେଇ ଆଜି ସିସୋଦିଆଙ୍କ ଘରେ ଛାପା ମାରିଛି ସିବିଆଇ । ତାଙ୍କ ଘର ସମେତ ଦିଲ୍ଲୀ-ଏନସିଆରରେ ୨୧ଟି ସ୍ଥାନରେ ଚଢାଉ କରାଯାଉଛି । ଖୋଦ୍ ଉପମୁଖ୍ୟମନ୍ତ୍ରୀ ସିସୋଦିଆ ଏ ସମ୍ପର୍କରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ସେ ଟ୍ବିଟ୍ କରିଛନ୍ତି ଯେ,” ସିବିଆଇ ଆସିଛି । ତାଙ୍କୁ ମୁଁ ସ୍ବାଗତ କରୁଛି । ଆମେ ସମ୍ପୂର୍ଣ୍ଣ ସଚ୍ଚୋଟ ଏବଂ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ତିଆରି କରୁଛୁ । କିନ୍ତୁ ଆମ ଦେଶରେ ଯିଏ ଭଲ କାମ କରେ, ତାଙ୍କୁ ଏହିଭଳି ଭାବେ ହଇରାଣ କରାଯାଏ । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଏଥିପାଇଁ ଆମ ଦେଶ ଆଜି ଯାଏଁ ୧ ନମ୍ବର ହୋଇପାରି ନାହିଁ ।”

ଆପ୍ ନେତା ଆହୁରି ମଧ୍ୟ କହିଛନ୍ତି ଯେ, ଶୀଘ୍ର ସତ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ସେ ସିବିଆଇ ଯାଞ୍ଚରେ ପୁରା ସହଯୋଗ କରିବେ । ତାଙ୍କ ବିରୁଦ୍ଧରେ ଅନେକ ମାମଲା ହୋଇଛି । ହେଲେ କିଛି ଲାଭ ହୋଇନି । ଏହି ଯାଞ୍ଚରୁ ମଧ୍ୟ କିଛି ମିଳିବନି । ଦେଶରେ ପିଲାଙ୍କୁ ଉତ୍ତମ ଶିକ୍ଷା ଯୋଗାଇବା କ୍ଷେତ୍ରରେ ତାଙ୍କ କାର୍ଯ୍ୟକୁ କେହି ରୋକିପାରିବେ ନାହିଁ ବୋଲି ସେ କହିଛନ୍ତି । କହିରଖୁଛୁ କି, ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ନେଇ ଉପରାଜ୍ୟପାଳ ଭିକେ ସକ୍ସେନା ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

Related Articles

Back to top button