ଆଜିଠାରୁ +୨ ନାମଲେଖା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ନାମଲେଖା। ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ସମୟ ସକାଳ ୯ରୁ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ୪ଲକ୍ଷ ୪ ହଜାର ଛାତ୍ରୀଛାତ୍ର ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ନାମ ଲେଖାଇବେ।

ସେହିପରି ୧ ଘଣ୍ଟାରେ ୧୫ ଜଣ ଆବେଦନକାରୀଙ୍କ ନାମଲେଖା ହେବ। ପିଲାଙ୍କ ନାମଲେଖା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ମାର୍ଗଦର୍ଶିକା ଜାରି କରିଛି। ତେବେ ୨୫ ଯାଏ ନାମଲେଖା ହେବାକୁ ଥିବାବେଳେ ଅଗଷ୍ଟ ୨୭ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ପିଲା ସ୍ଲାଇଡ୍‌-ଅପ୍‌ କରିପାରିବେ। ସେପ୍ଟେମ୍ବର ୨ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୫ରୁ ୭ ତାରିଖ ମଧ୍ୟରେ ହେବାକୁ ଥିବାବେଳେ ୮ ତାରିଖ ରାତି ୯ଟାରେ ନାମଲେଖା ତାଲିକା ପୋର୍ଟାଲରେ ଅପଲୋଡ୍‌ ହେବ।

Related Articles

Back to top button