ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ: ପାସ୍ ହାରରେ ଆଗରେ ଛାତ୍ରୀ

ନୂଆଦିଲ୍ଲୀ : ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ ସେମାନେ ସିବିଏସଇର ଓ୍ୱେବସାଇଟ୍ cbseresults.nic.in ଏବଂ cbse.nic.in ରେ ପରୀକ୍ଷା ଫଳ ଜାଣିପାରିବେ ।

ରିପୋର୍ଟ ଅନୁସାରେ, ଛାତ୍ରୀମାନେ ବାଜି ମାରିଛନ୍ତି । ମୋଟ୍ ୯୪.୫୪ ପ୍ରତିଶତ ଛାତ୍ରୀ ପାସ୍ କରିଥିବା ବେଳେ ୯୧.୨୫ ପ୍ରତିଶତ ଛାତ୍ର ପାସ୍ କରିଛନ୍ତି ।

ଚଳିତବର୍ଷ ପ୍ରାୟ ୧୪ ଲକ୍ଷ ୫୪ ହଜାର ଛାତ୍ରଛାତ୍ରୀ ସିବିଏସଇ ଦ୍ୱାଦାଶ ଶ୍ରେଣୀ ପରୀକ୍ଷା ଦେଇଥିଲେ । ଟର୍ମ ୧ ଏବଂ ଟର୍ମ ୨ରେ ଦୁଇଟି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଟର୍ମ ୨ପରୀକ୍ଷା ଅଫଲାଇନରେ ହୋଇଥିଲା । ଏହା ଏପ୍ରିଲ ୨୬ରୁ ଜୁନ ୧୫ ଯାଏଁ ଅନୁଷ୍ଠିତ ହୋଇଥିଲା ।

ଡିଜି ଲକରରେ ମଧ୍ଯ ଜାଣିହେବ ରେଜଲ୍ଟ, ଜଣାନ୍ତୁ କିପରି

ପ୍ରଥମେ ଡିଜିଲକର୍ ଓ୍ୱେବସାଇଟକୁ ଲଗଇନ୍ କରିବାକୁ ହେବ । ଏହାପରେ ସିବିଏସଇ ରୋଲ୍ ନମ୍ବର, ପିନ୍ ଓ ପାସଓ୍ୱାର୍ଡ ଦେବାକୁ ହେବ । ତାପରେ ଦ୍ୱାଦଶ ଶ୍ରେଣୀର ମାର୍କସିଟ୍ ଉପଲବ୍ଧ ହେବ । ଏହାପରେ ମାର୍କସିଟ୍ ଡାଉନଲୋଡ୍ କରାଯାଇପାରିବ ।

ଏତତ୍ ବ୍ୟତୀତ ବୋର୍ଡ ଓ୍ୱେସବାଇଟରେ ମଧ୍ୟ ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ ।

Related Articles

Back to top button