୩ଟି ‘ମୋ ବସ୍‌’କୁ ଅଟକ ରଖିଲେ ଘରୋଇ ବସ୍ ମାଲିକ

କୋଣାର୍କ: ଭୁବନେଶ୍ବରରୁ କୋଣାର୍କ ଚାଲୁଥିବା ୬ଟି ମୋ ବସକୁ ଯାତାୟାତ କରିବା ପାଇଁ ଟାଇମ୍ ଟେବୁଲ ଠିକ୍ ନଥିବା ଏବଂ ପରମିଟ୍ ଠକି ନଥିବାକୁ ନେଇ ଦୀର୍ଘଦିନ ହେବ ନିମାପଡ଼ା, କୋଣାର୍କ, କାକଟପୁର ଘରୋଇ ବସ୍ ମାଲିକ ଅଭିଯୋଗ କରିଆସୁଥିଲେ । ହେଲେ ତାଙ୍କ ଅଭିଯୋଗ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ସରକାର ଶୁଣୁନଥିବା ଫଳରେ ଶୁକ୍ରବାର କୋଣାର୍କ ବସଷ୍ଟାଣ୍ଡରେ ୩ଟି ମୋ ବସକୁ ଅଟକ ରଖିଛନ୍ତି କୋଣାର୍କ, ନିମାପଡା, କାକଟପୁରର ଘରୋଇ ବସ୍ ମାଲିକ । ମୋ ବସ୍ ଠିକ୍ ଟାଇମରେ ଯାଉନଥିବା, ଭୁବନେଶ୍ବର, କଟକ ଯାତାୟାତ କରୁନଥିବାରୁ ଆମମାନଙ୍କର ବ୍ୟବସାୟରେ ବାଧା ଉପୁଜୁଛି l

ଏପଟେ ବସ୍ ଗୁଡିକ ଚାଲୁନଥିବାରୁ ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମେଡିକାଲ ଯିବା ହେଉ ବା ସରକାରୀ କର୍ମଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ଆମେ କୌଣସି ପର୍ଯ୍ୟଟକମାନଙ୍କୁ ହଇରାଣ କରିବା ପାଇଁ ଚାହୁଁନାହୁଁ । ଆମ୍ଭମାନଙ୍କ ପେଟରେ ଲାତ ମରାଯାଇଥିବାରୁ ଆମେ ଆମ୍ଭର ୫୦ଟି ବସ୍ ବନ୍ଦ କରିବା ସହ ମୋ ବସ୍‌କୁ ଅଟକ ରଖିଛୁ ବୋଲି ବସ୍ ମାଲିକ କହିଛନ୍ତି । ମୋ ବସ୍ କିପରି ଟାଇମ୍‌ରେ ଯାତାୟାତ କରିବ ଓ ପରମିଟ୍ କରି ଆସିବ ସେଥିପ୍ରତି ସରକାର ପ୍ରଥମେ ସମୟ ଧାର୍ଯ୍ୟ କରନ୍ତୁ । ନଚେତ ଏମିତି ବସ୍ ଚଳାଚଳ ବନ୍ଦ ରହିବ ବୋଲି ନିମାପଡ଼ା, କୋଣାର୍କ, କାକଟପୁର ଘରୋଇ ବସ୍ ମାଲିକମାନେ ଜିଦ ଧରିଛନ୍ତି ।

Related Articles

Back to top button