ଚାଉଳ ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ରର ବଡ଼ ନିଷ୍ପତ୍ତି, ୨୦ ପ୍ରତିଶତ ରପ୍ତାନୀ ଶୁଳ୍କ ଲାଗୁ

ନୂଆଦିଲ୍ଲୀ: ଭାରତରେ ଚାଉଳ ମୂଲ୍ୟରେ ନିୟନ୍ତ୍ରଣ ଆଣିବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁସାରେ, କେନ୍ଦ୍ର ସରକାର ଚାଉଳର ବିଭିନ୍ନ ଗ୍ରେଡର ରପ୍ତାନୀ ଉପରେ ୨୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତର ପ୍ରଦେଶ ପରି ପ୍ରମୁଖ ଚାଉଳ ଉତ୍ପାଦାନକାରୀ ରାଜ୍ୟରେ ହାରାହାରି ଠାରୁ କାମ ବର୍ଷ ହୋଇଛି । ଫଳରେ ଧାନ ଉତ୍ପାଦନ କମିବାର ଆଶଂକା ରହିଛି । ସରକାରଙ୍କ ଏହି ନିଷ୍ପତ୍ତି ପରେ ଏବେ ଦେଶରୁ ବିଦେଶକୁ ଚାଉଳ ରପ୍ତାନୀ ମହଙ୍ଗା ହେବ।

ତେବେ ଏହା ପୂର୍ବରୁ ଚାଉଳର ରପ୍ତାନୀ ଉପରେ କୌଣସି ପ୍ରତିବନ୍ଧକ ଲାଗୁ କରିବା ନେଇ କୌଣସି ଯୋଜନା ନଥିବା କେନ୍ଦ୍ର ସରକାର କହିଥିଲେ । ଘରୋଇ ଆବଶ୍ୟକତାକୁ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ବଫର ଷ୍ଟକ ଥିବା କେନ୍ଦ୍ର ସରକାର କହିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଭାରତ ଦୁନିଆର ଦ୍ୱିତୀୟ ସବୁଠୁ ବଡ଼ ଚାଉଳ ଉତ୍ପାଦକ ଦେଶ । ଆର୍ଥିକ ବର୍ଷ ୨୦୨୧-୨୨ରେ ଭାରତ ୨୧.୨ ମିଲିୟନ ଟନ ଚାଉଳ ରପ୍ତାନୀ କରିଥିଲା।

ଏହା ପୂର୍ବରୁ କେନ୍ଦ୍ର ସରକାର ଗହମର ରପ୍ତାନୀ ଉପରେ କଟକଣା ଲାଗୁ କରିଥିଲେ। ଅନ୍ୟପଟେ, ଚିନି ରପ୍ତାନୀ ଉପରେ ମଧ୍ୟ କିଛି କଟକଣା ଲାଗୁ କରାଯାଇଛି।

Related Articles

Back to top button