ଓଏଏସ୍‌, ଓଆର୍‌ଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ୍‌ ଏବଂ ରାଜସ୍ବ ସେବା ବର୍ଗ(ଓଆରଏସ୍‌) ଅଫିସର ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ଗୁରୁବାର ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୪୯ ଜଣ ଓଏଏସ୍‌ ଅଫିସର ଏବଂ ୬ ଜଣ ଓଆରଏସ୍‌ ଅଫିସରଙ୍କୁ ବଦଳି କରାଯାଇଛି। କୋମନା ତହସିଲଦାର ପୂର୍ଣ୍ଣାନନ୍ଦ ପଟେଲଙ୍କୁ ମୁରିବାହଲ ବିଡିଓ ଭାବେ ବଦଳି କରାଯାଇଥିବା ବେଳେ ଯାଜପୁର ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀଙ୍କୁ ବୌଦ୍ଧ ବିଡିଓ, ବନ୍ତ ବିଡିଓ ଶୁଭଦର୍ଶନ ମିଶ୍ରଙ୍କୁ ଦର୍ପଣ ତହସିଲଦାର, ଚିଲିକା ତହସିଲଦାର ସୁରେଶ କୁମାର ପଣ୍ଡାଙ୍କୁ ଖୋର୍ଦ୍ଧା ଡେପୁଟି କଲେକ୍ଟର, କୋକସରା ବିଡିଓ ବିନୟ କୁମାର ଭୋଇଙ୍କୁ ମ. ରାମପୁର ବିଡିଓ, ଏମ୍‌.ରାମପୁର ବିଡିଓ ଉତ୍ତମ କୁମାର ବାଗଙ୍କୁ କୋକସରା ବିଡିଓ, ମୋହନା ତହସିଲଦାର କିଶୋର ଚନ୍ଦ୍ର ଦାସଙ୍କୁ ବାଙ୍କୀ ବିଡିଓ ଏବଂ ସାଲେପୁର ବିଡିଓ ରାଜୀବ ଦାସଙ୍କୁ ଜୟପୁର ବିଡିଓ ଭାବେ ବଦଳି କରାଯାଇଛି। ସେହିପରି ଜୟପୁର ବିଡିଓ ସୁରଜ କୁମାର ପଟ୍ଟନାୟକଙ୍କୁ ଜୟପୁର ନୂଆ ରେଳ ପ୍ରକଳ୍ପର ସ୍ପେଶାଲ ଏଲଏଓ, ଜୟପୁର ନୂଆ ରେଳ ପ୍ରକଳ୍ପର ସ୍ପେଶାଲ ଏଲ୍‌ଏଓ ଅମୂଲ୍ୟ କୁମାର ସାହୁଙ୍କୁ ତିର୍ତ୍ତୋଲ ତହସିଲଦାର ଭାବେ ବଦଳି କରାଯାଇଛି।

Related Articles

Back to top button