କୁମାର ବିଶ୍ୱାସଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ପୂର୍ବତନ ନେତା ତଥା କବି କୁମାର ବିଶ୍ୱାସଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ଏବେ ୱାଇ ବଦଳରେ ତାଙ୍କୁ ୱାଇ ପ୍ଲସ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ସେଂଟ୍ରାଲ ରିଜର୍ଭ ପୋଲିସ ଫୋର୍ସକୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଇଂଟେଲିଜେନ୍ସ ରିପୋର୍ଟ ଏବଂ ବିଭିନ୍ନ ଆତଙ୍କବାଦୀ ସଂଗଠନ ପକ୍ଷରୁ ଧମକ ଦିଆ ଯାଉଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପଞ୍ଜାବ ନିର୍ବାଚନ ବେଳେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖଲିସ୍ତାନୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗ କରିଥିଲେ । ସେ ଶେୟାର କରିଥିବା ଭିଡିଓ କ୍ଲିପ ଭାଇରାଲ ହୋଇଥିଲା । ଅବଶ୍ୟ ଏହାର ପ୍ରଭାବ ପଡି ନ ଥିଲା, ଆପ ପଞ୍ଜାବ ନିର୍ବାଚନ ଜିତିଥିଲା । ପୂର୍ବରୁ ମଧ୍ୟ ଆପ ଓ କେଜ୍ରିୱାଲଙ୍କୁ ନେଇ ସେ ଅନେକ ଚାଂଚଲ୍ୟକର ମନ୍ତବ୍ୟ ଦେଇଛନ୍ତି । କେନ୍ଦ୍ର ସରକାର ଫେବୃୟାରୀରେ ତାଙ୍କୁ ୱାଇ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିଥିଲେ ।

Related Articles

Back to top button