ପୁରୀରେ ପ୍ଲାନେଟାରିୟମ ହେବ

ଭୁବନେଶ୍ୱର: ପୁରୀ ଜିଲାରେ ନିର୍ମାଣ ହେବ ପ୍ଲାନେଟାରିୟମ। ପୁରୀ ଐତିହ୍ୟ ପ୍ରକଳ୍ପ ସହ ଯୋଡ଼ି ହେବ ଆଉ ଏକ ଫର୍ଦ୍ଦ। ରାଜ୍ୟ ସରକାର ପୁରୀ ଜିଲାର ସିଦ୍ଧମହାବୀର ମୌଜା ୟୁନିଟ୍‌-୩ ଠାରେ ବିଜ୍ଞାନ କେନ୍ଦ୍ର ତଥା ପ୍ଲାନେଟାରିୟମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଖର୍ଚ୍ଚ କରାଯିବ ୨୫ରୁ ୩୦ କୋଟି ଟଙ୍କା। ଶୁକ୍ରବାର ବିଧାନସଭା ପ୍ରଶ୍ନକାଳରେ ବିଜ୍ଞାନ ଓ କାରିଗରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି।

ପୁରୀକୁ ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକ, ତୀର୍ଥଯାତ୍ରୀଙ୍କ ସମେତ ଛାତ୍ରୀଛାତ୍ର ଏବଂ ସାଧାରଣ ଲୋକଙ୍କ ଆଗମନ ହେଉଛି। ଏହାକୁ ଦୃଷ୍ଟିରେ ରଖି ପ୍ଲାନେଟାରିୟମ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ବିଜ୍ଞାନ କେନ୍ଦ୍ର ପୁରୀକୁ ଆସୁଥିବା ପର୍ଯ୍ୟଟକ, ଛାତ୍ରୀଛାତ୍ର ଓ ସାଧାରଣ ଲୋକମାନଙ୍କୁ ଜଗନ୍ନାଥ ସଂସ୍କୃତି, ସାମୁଦ୍ରିକ ସମ୍ପଦ, ପୁରାତନ ବିଜ୍ଞାନ, ମନ୍ଦିର ଐତିହ୍ୟ, ବିଜ୍ଞାନ ଆଦି ବିଷୟରେ ସୂଚନା ପ୍ରଦାନ କରିବ। ବିଜ୍ଞାନ ବିଷୟରେ ଲୋକମାନଙ୍କୁ ଜ୍ଞାନ ଦେବା ସହ ରାଜସ୍ବ ବୃଦ୍ଧିରେ ମଧ୍ୟ ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି

Related Articles

Back to top button