ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଏମଏମ୍ଏସ୍ ଭାଇରାଲ ଘଟଣାର ତଦନ୍ତ କରିବ ଏସ୍ଆଇଟି

ଚଣ୍ଡିଗଡ଼: ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀଙ୍କ ଏମଏମ୍ଏସ୍ ଭାଇରାଲ ଘଟଣାକୁ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଘଟଣାରେ ଏସ୍ଆଇଟି ତଦନ୍ତ କରିବ ବୋଲି କୁହାଯାଇଥିବା ବେଳେ, ଶନିବାର ଦିନ ଯାଏ ଛାତ୍ରଛାତ୍ରୀ ମାନେ ହଷ୍ଟେଲ ଆସିପାରିବେନି ବୋଲି କୁହାଯାଇଛି । ଏହି ସମ୍ପର୍କରେ ପୁଲିସ ତାର ପ୍ରତିକ୍ରିୟା ରଖିଛି, ପୁଲିସ କହିଛି ଅଭିଯୁକ୍ତ ମାନେ ଗିରଫ ହେବା ପରେ ମୁମ୍ବାଇ ସମେତ ଅନ୍ୟ ସ୍ଥାନରୁ ସେମାନଙ୍କ ଫୋନକୁ ଲଗାତାର ଭାବେ କଲ୍ ଆସୁଥିଲା।

କାହିଁକି ଏହି ଫୋନ୍ କଲ ଆସୁଥିଲା ତାହା ଜଣା ପଡିନାହିଁ। କେଉଁଠୁ କଲ୍‌ ଅସୁଥିଲା ଜାଣିବା ପାଇଁ ପୁଲିସ ଅଭିଯୁକ୍ତଙ୍କ ଫୋନକୁ ଫୋରେନସିକ୍ ଲ୍ୟାବକୁ ଯାଞ୍ଚ ପାଇଁ ପଠାଇଛି। କୁହାଯାଉଛି କି ଅଭିଯୁକ୍ତ ମାନେ ଶିମଲା ସହରର ବାସିନ୍ଦା। ଯେଉଁଠାକୁ ବିଦେଶୀ ପର‌୍ୟ୍ୟଟକ ମାନେ ବହୁତ ଆସିଥାନ୍ତି । ଅଭିଯୁକ୍ତ ମାନେ ଖରାପ ଭିଡିଓ ପଠାଇ ସହଜରେ ଟଙ୍କା ରୋଜଗାର କରିଥାନ୍ତି। ପୁଲିସ ଏହାକୁ ନେଇ ବର୍ତ୍ତମାନ ତଦନ୍ତ ଚଳାଇଛି।

ଅଭିଯୁକ୍ତ ମାନଙ୍କର ପରିବାର ସମ୍ବଦ୍ଧରେ ତଥ୍ୟ ଖୋଜୁଛି। ଘଟଣାକୁ ନେଇ ୩ଜଣ ଅଭିଯୁକ୍ତଙ୍କୁ ପୁଲିସ ଜେରା କରିଥିଲା । ଜେରା କରିବା ସମୟରେ ୩ଜଣ ଯାକ ଅଭିଯୁକ୍ତ ପୁରୁଣା ବନ୍ଧୁ ବୋଲି ପୁଲିସ ଜାଣିବାକୁ ପାଇଛି। ତେବେ ଅଭିଯୁକ୍ତ ମାନେ କାହିଁକି ଭିଡିଓ କରୁଥିଲେ ତାହାକୁ ନେଇ ପୁଲିସ ଅନୁସନ୍ଧାନ କରୁଛି । ଖାଲି ସେତିକି ନୁ‌ହେଁ ବିଶ୍ୱବିଦ୍ୟାଳୟର କିଛି ଛାତ୍ରୀଙ୍କ ନିକଟକୁ ଧମକପୂର୍ଣ୍ଣ କଲ୍‌ ମଧ୍ୟ ଆସୁଥିବା ଜଣାପଡ଼ିଛି । ଛାତ୍ରୀ ମାନଙ୍କୁ ବିଦେଶରୁ ଧମକପୂର୍ଣ୍ଣ କଲ ଆସିଥିବା ପୁଲିସ କହିଛି।

Related Articles

Back to top button