ଭିନ୍ନ ଢଙ୍ଗରେ ଟ୍ରାଫିକ୍‌ ନିୟନ୍ତ୍ରଣ କରୁଛନ୍ତି ପୋଲିସ କର୍ମଚାରୀ, ଭିଡିଓ ଭାଇରଲ

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଫଟୋ, ଭିଡିଓ ଶେୟାର ହୋଇଥାଏ। ଠିକ୍‌ ସେପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରିବୁଲୁଛି। ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ତେବେ ଶେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଡେରାଡୁନ୍‌ର ସିଟି ହାର୍ଟ ହସ୍ପିଟାଲ ନିକଟରେ ଯୋଗେନ୍ଦ୍ର କୁମାର ନାମକ ଜଣେ ହୋମଗାର୍ଡ ଟ୍ରାଫିକ୍‌ ପୋଲିସରେ ନିୟୋଜିତ ହୋଇ ନିଆରା ଢଙ୍ଗରେ ଟ୍ରାଫିକ୍‌ ନିୟନ୍ତ୍ରଣ କରୁଛନ୍ତି। ସେ ନାଚିବା ଶୈଳୀରେ ଟ୍ରାଫିକ୍‌ ନିୟନ୍ତ୍ରଣ କରୁଥିବାର ନଜର ଆସିଛନ୍ତି। ଏହାକୁ ନେଇ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ଆମୋଦିତ କରିଛି। ଏହି ଭିଡିଓଟିକୁ ନ୍ୟୁଜ୍‌ ଏଜେନ୍ସି ଟୁଇଟ୍‌ରରେ ଶେୟାର କରିଛି। ଭିଡିଓଟି ଶେୟାର ହେବା ମାତ୍ରେ ୧୫ ହଜାରରୁ ଅଧିକ ୟୁଜର୍ସ ଦେଖିସାରିଥିବା ବେଳେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଏହାସହ ତାଙ୍କ ତାଙ୍କ ଦରମା ବୃଦ୍ଧି କରିବାକୁ ଅଧିକାରୀମାନଙ୍କୁ ଅନୁରୋଧ କରିଥିବା ଜଣାପଡିଛି।

Related Articles

Back to top button