କୁନୋ ଜାତୀୟ ଉଦ୍ୟାନରେ ଛଡା ଯିବାର ୩ ଘଣ୍ଟା ପରେ ପାଣି ପିଇଲେ ଚିତା ବାଘ, ୪ ଘଣ୍ଟା ପରେ ଦିଆଗଲା ଖାଦ୍ୟ

ଶ୍ୟୋପୁର:  ନାମିବ୍ୟାରୁ ଅଣାଯାଇଥିବା ଚିତାବାଘଙ୍କୁ ବାଡାରେ ଛଡା ଯିବା ପରେ ସେମାନେ ଏବେ ଧିରେ ଧିରେ ସ୍ୱଭାବିକ ହେବାରେ ଲାଗିଛନ୍ତି। ସେମାନଙ୍କୁ ଭାରତ ଆଣିବା ଲାଗି ଖାଲିପେଟ ରଖାଯାଇଥିଲା। ପାଖାପାଖି ୧୨ ଘଣ୍ଟା ଯାତ୍ରା କରି ଚିତା ଗ୍ୱାଲିୟର ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରୁ ହେଲିକପ୍ଟର ଯୋଗେ ବାଘଗୁଡିଙ୍କୁ କୁନା ଅଣାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧ଟା ୧୫ ମିନିଟରେ ବାଘମାନଙ୍କୁ କ୍ୱାରେଣ୍ଟାଇନ ବାଡାରେ ଛାଡି ଥିଲେ।

ବାଡାକୁ ଯିବା ପରେ ଚିତାମାନେ ପ୍ରାୟ ଘଣ୍ଟାଏ କାଳ ଡରିକରି ଥିଲେ। ଖରା ହେଉଥିବାରୁ ବାଘମାନେ ଏକ ଗଛ ଛାଇରେ ବସି ରହୁଥିଲେ। ବାଡାରେ ନିର୍ମିତ କୁଣ୍ଡରେ ସେମାନଙ୍କୁ ପାଣି ଦିଆଯାଇଥିଲା । ପ୍ରାୟ ୩ ଘଣ୍ଟା ପରେ ପାଣି ପିଇ ବାଘ ଟିକେ ଫୂର୍ତ୍ତି ହୋଇଥିଲେ। ବାଡା ଭିତରେ ଧାଁଧପଡ ହୋଇଥିଲେ। ପାଣି ପିଇବାର ପ୍ରାୟ ୧ ଘଣ୍ଟା ପରେ ସେମାନଙ୍କୁ ମହିଁଷ ମାଂସ ଖାଇବାକୁ ଦିଆଯାଇଥିଲା। କୁହାଯାଉଛି ଚିତାମାନେ ୮ରୁ ୯ କେଜି ମାଂସ ଖାଇଛନ୍ତି। ସେମାନେ ଦୀର୍ଘ ଯାତ୍ରା ଯୋଗୁ ବିଶେଷ ଖାଇ ପାରିନଥିବା ବେଳେ ୩ରୁ ୪ ଦିନରେ ସେମାନଙ୍କ ଖାଇବା ପିଇବା ସ୍ୱଭାବିକ ହୋଇଯିବ ବୋଲି ବିଶେଷଜ୍ଞ କହିଛନ୍ତି।

ଚିତାମାନଙ୍କୁ ବାଡାରେ ଛଡା ଯିବାର ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କ ସ୍ୱାସ୍ଥ୍ୟର ଯାଞ୍ଚ କରାଯାଇଥିଲା। ନାମିବ୍ୟାରୁ ଚିତାଙ୍କୁ ନେଇ ଆସିଥିବା ବିଶେଷଜ୍ଞ ଟିମ୍ ୩ ଥର ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ। କେବଳ ଯାତ୍ରା ଜନିତ କ୍ଳାନ୍ତି ବ୍ୟତୀତ ଚିତାମାନେ ଠିକଠାକ ଥିବା ବିଶେଷଜ୍ଞମାନେ କହିଛନ୍ତି। ସାଢେ ୪ ଘଣ୍ଟାରେ ବିଶେଷଜ୍ଞମାନେ ୩ ଥର ଚିତାମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ।

Related Articles

Back to top button