ଢେଙ୍କାନାଳରେ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଦୁର୍ନୀତି ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ

କାମାକ୍ଷାନଗର: ହିତାଧିକାରୀ ଜଣେ, କିନ୍ତୁ ଜିଓ ଟ୍ୟାଗିଂରେ ଫଟୋ ଲାଗିଛି ଆଉ ଜଣଙ୍କର । ଦସ୍ତାବିଜରେ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାର ହିତାଧିକାରୀ ହେଉଛନ୍ତି ଅଜୟ କୁମାର ସାହୁ । କିନ୍ତୁ ଜିଓ ଟ୍ୟାଗିଂରେ ଦିଆ ଯାଇଥିବା ଫଟୋରେ ରହିଛି ଅନ୍ୟ ଜଣଙ୍କ ନାଁ । ଏଭଳି ଏକାଧିକ ଆୱାସ ଯୋଜନା ହିତାଧିକାରୀଙ୍କ ନାଁରେ ଟଙ୍କା ଜିଆରଏସ୍ ହଡ଼ପ କରିଥିବା ଅଭିଯୋଗ ହୋଇଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଜିଆରଏସ୍ ଅମିତା ସାହୁ ଘର ନକରି ମଧ୍ୟ ହିତାଧିକାରୀଙ୍କ ନାଁରେ ବିଲ୍ କରି ଟଙ୍କା ନେଇ ଯାଇଥିବା ଅଭିଯୋଗ କରିଛନ୍ତି ଲୋକେ । ଏପରିକି ସରପଞ୍ଚ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି ।

ମନରେଗା ଠାରୁ ଆରମ୍ଭ କରି ମୋ ଉପକାରୀ ବଗିଚାରେ କାର୍ଯ୍ୟ ନକରି ଅର୍ଥ ଆତ୍ମସାତ ଭଳି ଅଭିଯୋଗ ହୋଇଛି ଜିଆରଏସଙ୍କ ବିରୋଧରେ । ସରପଞ୍ଚଙ୍କ ଦସ୍ତଖତକୁ ଜାଲ୍ କରି ବିଲ୍ କରିଥିବା ଜଣାପଡ଼ିଛି । ତେବେ ସବୁ ଅଭିଯୋଗକୁ ଜିଆରଏସ୍ ଅମିତା ସାହୁ ମିଛ ବୋଲି କହିଛନ୍ତି । ଅନ୍ୟପଟେ ଅଭିଯୋଗ ପରେ ଉପଜିଲ୍ଲାପାଳ, ବିଡିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେବା ସହ ସତ୍ୟାସତ୍ୟ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

Related Articles

Back to top button