ମିଟିଙ୍ଗରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଖେଳୁଥିଲେ CANDY CRUSH

ଇଲେକସନ କମିଶନ ନିର୍ବାଚନ ତାରିଖ ଘୋଷଣା କରି ସାରିଛନ୍ତି । ଏହା ପରେ ସେଠାରେ ଥିବା ପ୍ରମୁଖ ପାର୍ଟି ଗୁଡିକ ପରସ୍ପର ବିରୋଧରେ ଲଢିବା ମଧ୍ୟ ଆରମ୍ଭ କରିସାରିଛନ୍ତି । ବିଜେପି କ୍ଷମତାରେ ଥିବା କଂଗ୍ରେସ ଉପରେ କଟାକ୍ଷ କରିଛି । ଅମିତ ମାଳବିୟାନ ଦାବି କରିଛନ୍ତି ଛତିଶଗଡରେ କଂଗ୍ରେସର ମିଟିଙ୍ଗ ଚାଲିଥିଲା । ସେହି ମିଟିଙ୍ଗରେ ଛତିଶଗଡ ମୁଖ୍ୟ ମନ୍ତ୍ରୀ CANDY CRUSH ଖେଳୁଥିଲେ । ମାଲବିୟା ଏହାର ଏକ ପୋଷ୍ଟ ଏକ୍ସରେ ମଧ୍ୟ ସେୟାର କରିଛନ୍ତି ।

ମାଲବିୟା ଏହାର ଏକ ପୋଷ୍ଟ ଏକ୍ସରେ ମଧ୍ୟ ସେୟାର କରି ଲେଖିଛନ୍ତି ଯେତେ ଚେଷ୍ଠା କଲେ ମଧ୍ୟ କଂଗ୍ରସ କ୍ଷମତାକୁ ଆସିବ ନାହିଁ, ସେଥି ପାଇଁ ବୋଧେ ମିଟିଙ୍ଗରେ ଧ୍ୟାନ ନାହିଁ ମହାଶୟଙ୍କର । ଛତିଶଗଡରେ ମୋଟ ୯୦ଟି ବିଧାନସଭା ସିଟ ଅଛି ଯେଉଁଥି ପାଇଁ ୨ ଟି ପର୍ଯ୍ୟୟରେ ନିର୍ବାଚନ ହେବ । ପ୍ରଥମଟି ୭ ନଭେମ୍ବର ଏବଂ ୨ ଟି ୧୭ ନଭେମ୍ବରରେ ହେବ ।

ଏଭଳି ପରିସ୍ଥିତିରେ ଶାସକ କଂଗ୍ରେସ ବାଗେଲ ସରକାରଙ୍କ କଲ୍ୟାଣ ଯୋଜନା ଉପରେ ନିର୍ଭର କରି ଛତିଶଗଡରେ କ୍ଷମତା ବଜାୟ ରଖିବାକୁ ଚାହୁଁଥିବାବେଳେ ଭାରତୀୟ ଜନତା ପାର୍ଟି ଦୁର୍ନୀତି ତଥା ନିର୍ବାଚନ ପ୍ରତିଶ୍ରୁତି ପୂରଣ ନକରି ଏହାକୁ ସମାଧାନ କରିବାକୁ ଚେଷ୍ଟା କରୁଛି।

Related Articles

Back to top button