ଅକ୍ଟୋବରରେ ଅଧିକାଂଶ ସହରର ତାପମାତ୍ରା ୩୫ରୁ ୩୮ ଡିଗ୍ରୀ

ଆଶ୍ବିନରେ ଅସମ୍ଭାଳ ତାତି ଅନୁଭବ ହେଉଛି । ଆର୍ଦ୍ରତା ଅଧିକ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ରୁ ୩୮ ଡିଗ୍ରୀ ରହିଛି । ରାଜ୍ୟରେ ଅଧିକାଂଶ ସ୍ଥାନରେ ଆକାଶ ସଫା ରହୁଥିବାରୁ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ସେଲସିୟସ ଅଧିକ ରହିଛି । କେବେଳ ଦିନରେ ନୁହେଁ ରାତିରେ ମଧ୍ୟ ତାପମାତ୍ରା ସ୍ୱାଭାବିକ ଠାରୁ ୧ରୁ ୨ ଡିଗ୍ରୀ ଅଧିକ ରହୁଛି । ଗତକାଲି ଚାନ୍ଦବାଲିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬.୭ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ଏଥିସହ ରାଜ୍ୟରେ ୧୮ ସହରର ତାପମାତ୍ରା ୩୫ ଡିଗ୍ରି ସେଲସିୟସ ଉପରେ ରହିଛି । ଆଜି ସକାଳ ୭ ଟା ସୁଦ୍ଧା ରାଜ୍ୟ ରାଜଧାନୀର ତାପମାତ୍ରା ୨୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲାବେଳେ ଆଦ୍ରତା ୮୪ ପ୍ରତିଶତ ରହିଛି । ଆର୍ଦ୍ରତା ଅଧିକ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି ।

Related Articles

Back to top button