ବିଶ୍ୱାସ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀ ବିଧାନସଭାରେ ବିଶ୍ୱାସ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଦିଲ୍ଲୀରେ ୭୦ ଟି ଆସନ ମଧ୍ୟରୁ ୬୨ ଜଣ ଆପ୍ ବିଧାୟକ ଥିବା ସତ୍ତ୍ୱେ କେଜ୍ରିୱାଲ ବିଶ୍ୱାସ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଏହି ପ୍ରସ୍ତାବ ଉପସ୍ଥାପନ କରିବାବେଳେ କେଜ୍ରୱାଲ କହିଛନ୍ତି ଯେ ସେ ଲୋକମାନଙ୍କୁ ଦେଖାଇବାକୁ ଚାହୁଁଛନ୍ତି ଯେ ଆମ୍ ଆଦମୀ ପାର୍ଟିର କୌଣସି ବିଧାୟକ ତ୍ରୁଟି କରିନାହାଁନ୍ତି । ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି, ଫେବୃଆରୀ ୧୭ ରେ ବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା ହେବ ।

ଦିଲ୍ଲୀ ବିଧାନସଭାରେ ଅଭିଭାଷଣ ଦେଇ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରି କହିଛନ୍ତି, “ଆମେ ଦେଖିପାରୁଛୁ ଯେ ଦଳଗୁଡିକ ଭଙ୍ଗାଯାଉଛି । ଏବଂ ମିଥ୍ୟା ମାମଲା ଦାୟର କରି ଅନ୍ୟ ରାଜ୍ୟ ଗୁଡ଼ିକରେ ସରକାରଙ୍କୁ ଭାଙ୍ଗୁଛନ୍ତି । ଦିଲ୍ଲୀରେ ସେମାନେ ମଦ ନୀତି ବାହାନାରେ ଆମ୍ ଆଦମୀ ପାର୍ଟିର ନେତାମାନଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି ।

ସେ ବିଜେପି ଉପରେ ଅଭିଯୋଗ କରି କହିଛନ୍ତି ସେମାନେ ଦିଲ୍ଲୀ ସରକାରଙ୍କୁ ଭାଙ୍ଗିବାକୁ ଚାହୁଁଛନ୍ତି । କାରଣ ସେମାନେ ଜାଣନ୍ତି ଜାଣନ୍ତି ଯେ ସେମାନେ ଦିଲ୍ଲୀରେ ନିର୍ବାଚନ ଜିତି ପାରିବେ ନାହିଁ । ଲୋକଙ୍କୁ ଦେଖାଇବାକୁ ଛାହୁୁଁଛୁ ଯେ ଆମର କୌଣସି ବିଧାୟକ ଭାଙ୍ଗି ନାହାଁନ୍ତି ଏବଂ ସମସ୍ତେ ଅକ୍ଷୁର୍ଣ୍ଣ ଅଛନ୍ତି । ଯେଉଁଥିପାଇଁ ଆମେ ବିଶ୍ୱାସ ପ୍ରସ୍ତାବ ଉପସ୍ଥାପନା କରିଛୁ ।

କେଜ୍ରିୱାଲଙ୍କ ଏହି ପଦକ୍ଷେପ ତାଙ୍କ ସରକାରକୁ ହଟାଇବା ଉଦ୍ଦେଶ୍ୟରେ ଆପ୍ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେବାର ସପ୍ତାହେ ପରେ ଆସିଛି । ସେ ଦାବି କରିଛନ୍ତି ଯେ ପାର୍ଟି ବଦଳାଇବା ପାଇଁ ସାତଜଣ ଆପ୍ ବିଧାୟକଙ୍କୁ ବିଜେପି ୨୫ କୋଟି ଅଫର କରିଛି । ମଦ ନୀତି ମାମଲାରେ ତାଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ବିଜେପି ଧମକ ଦେଇଥିଲା ।ତାଙ୍କ ଦାବି ପରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି ଅଭିଯୋଗର ତଦନ୍ତରେ ଯୋଗଦେବାକୁ ନୋଟିସ ପଠାଇଛି । ତାଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗକୁ ପ୍ରମାଣ କରିବାକୁ ପୋଲିସ କହିଛି । ଏହା ସହ ୭ ଜଣ ଆପ ବିଧାୟକଙ୍କ ନାମ ପ୍ରକାଶ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କୁହାଯାଇଛି ।

Related Articles

Back to top button