ମଧ୍ୟପ୍ରଦେଶରେ ସପ୍ତାହରେ ଗୋଟିଏ ଦିନ ବିନା ବ୍ୟାଗରେ ସ୍କୁଲ ଯିବେ ପିଲା

ଭୋପାଳ : ମଧ୍ୟପ୍ରଦେଶର ସମସ୍ତ ସରକାରୀ, ଅଣ-ସରକାରୀ ଏବଂ ସହାୟକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସପ୍ତାହରେ ଗୋଟିଏ ଦିନ ବ୍ୟାଗ ବିନା ପାଠପଢ଼ିକୁ ଯିବେ । ଏହି ଦିନ ବୃତ୍ତିଗତ କାର୍ଯ୍ୟ ଅଭିଜ୍ଞତା ସହ ଜଡିତ କାର୍ଯ୍ୟକଳାପ ଏହି ଦିନ ଅନୁଷ୍ଠିତ ହେବ। ଏହା ବ୍ୟତୀତ ରାଜ୍ୟର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀର ବସ୍ତାନୀର ଓଜନ ସ୍ଥିର କରାଯାଇଛି।

ଯାହା ସେମାନଙ୍କୁ ଭାରୀ ବସ୍ତାନୀରୁ ମୁକ୍ତି ଦେବ। ଏହି ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶ ବିଦ୍ୟାଳୟ ଶିକ୍ଷା ବିଭାଗର ଡେପୁଟି ସେକ୍ରେଟାରୀ ପ୍ରମୋଦ ସିଂ ଏକ ନିର୍ଦ୍ଦେଶ ଜାରି କରି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିରେ ଦର୍ଶାଯାଇଛି ଯେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସ୍କୁଲ ବ୍ୟାଗ ପଲିସି ୨୦୨୦ ପାଳନ ଅନୁଯାୟୀ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଜଣେ ଅଧିକାରୀଙ୍କ କହିବାନୁସାରେ, ମଧ୍ୟପ୍ରଦେଶରେ ପ୍ରାୟ ୧.୩୦ ଲକ୍ଷ ବିଦ୍ୟାଳୟ ଅଛି, ଯେଉଁଥିରେ ପ୍ରାୟ ୧୫୪ ଲକ୍ଷ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି । ଆଦେଶ ଅନୁଯାୟୀ, ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରମାନଙ୍କୁ କୌଣସି ହୋମୱାର୍କ ଦିଆଯିବ ନାହିଁ ।

ନିର୍ଦ୍ଦେଶରେ କୁହାଯାଇଛି ଯେ ଜିଲା ଶିକ୍ଷା ଅଧିକାରୀ ପ୍ରତି ତିନିମାସରେ ନିଜ ଜିଲାର ବିଦ୍ୟାଳୟଗୁଡ଼ିକୁ ମନଇଚ୍ଛା ଚୟନ କରି ସ୍କୁଲ ବ୍ୟାଗଗୁଡ଼ିକର ଓଜନ ଯାଞ୍ଚ କରିବେ ଏବଂ ବ୍ୟାଗଗୁଡ଼ିକର ଓଜନ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ଅଛି କି ନାହିଁ ତାହା ନିଶ୍ଚିତ କରିବେ। ଏହି ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ତଥା ନ୍ୟାଶନାଲ କାଉନସିଲ ଅଫ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଆରଟି) ଦ୍ୱାରା ଜାରି ପାଠ୍ୟ ପୁସ୍ତକ ଅପେକ୍ଷା ଛାତ୍ରଛାତ୍ରୀଙ୍କ ପାଖରେ ଅଧିକ ପୁସ୍ତକ ରହିବା ଉଚିତ ନୁହେଁ। ଆଦେଶ ଅନୁଯାୟୀ, କମ୍ପ୍ୟୁଟର, ନୈତିକ ଶିକ୍ଷା ଏବଂ ସାଧାରଣ ଜ୍ଞାନ ପାଇ ଶିକ୍ଷାଦାନ ବିନା ପୁସ୍ତକରେ କରାଯିବ। ଏହି କ୍ରମରେ କୁହାଯାଇଛି ଯେ ସ୍ବାସ୍ଥ୍ୟ, ଶାରୀରିକ ଶିକ୍ଷା, କ୍ରୀଡା ଏବଂ କଳା ଶିକ୍ଷାଦାନ ମଧ୍ୟ ପୁସ୍ତକ ବିନା କରାଯିବା ଉଚିତ।

ଛାତ୍ରୀଛାତ୍ରମାନଙ୍କ ପାଇଁ ବସ୍ତାନୀର ଓଜନ ସ୍ଥିର କରିବାବେଳେ କୁହାଯାଇଛି ଯେ ବର୍ତ୍ତମାନ ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀର ଛାତ୍ରମାନଙ୍କ ବ୍ୟାଗଗୁଡ଼ିକର ଓଜନ ସୀମା ୧.୬ କିଲୋଗ୍ରାମରୁ ୨.୨ କିଲୋଗ୍ରାମ ହେବ, ଯେତେବେଳେ କି ତୃତୀୟରୁ ପଞ୍ଚମ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କ ପାଇଁ ଓଜନ ସୀମା ୧.୭ କିଲୋଗ୍ରାମରୁ ୨.୫ କିଲୋଗ୍ରାମ,ଷଷ୍ଠ ଏବଂ ସପ୍ତମ ପାଇଁ ୨ କିଲୋଗ୍ରାମରୁ ୩ କିଲୋଗ୍ରାମ, ଅଷ୍ଟମ ପାଇଁ ୨.୫ କିଲୋଗ୍ରାମର ୪ କିଲୋଗ୍ରାମ ଏବଂ ନବମ-ଦଶମ ପାଇଁ ୨.୫ କିଲୋଗ୍ରାମରୁ ୪.୫ କିଲୋଗ୍ରାମ ହେବ। ଏହି ନିର୍ଦ୍ଦେଶ ଅନୁଯାୟୀ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବ୍ୟାଗଗୁଡ଼ିକର ଓଜନ ବିଭିନ୍ନ ବିଷୟ ଆଧାରରେ ବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ସ୍ଥିର କରାଯିବ।

Related Articles

Back to top button