ନିର୍ବାଚନରେ ବାଧା ସୃଷ୍ଟି କରିବ ଚୀନ

ଭାରତର ଲୋକସଭା ନିର୍ବାଚନ ଉପରେ ରହିଛି ଚୀନର ନଜର । ନିର୍ବାଚନରେ ବାଧା ସୃଷ୍ଟି କରିବାକୁ ଚକ୍ରାନ୍ତ କରିଛି ପଡ଼ୋଶୀ ଚୀନ । ଏନେଇ ବିଶ୍ୱର ଅଗ୍ରଣୀ ସଫ୍ଟୱେର କମ୍ପାନୀ ମାଇକ୍ରୋସଫ୍ଟ ଭାରତର ନିର୍ବାଚନକୁ ନେଇ ବଡ଼ ଚେତାବନୀ ଦେଇଛି । ମତଦାନକୁ ଚୀନ୍ ନିଜ ଆର୍ଟିଫିସିଆଲ ଇଂଟେଲିଜେନ୍ସ ବା ଏଆଇ ଦ୍ୱାରା ପ୍ରଭାବିତ କରିପାରେ ବୋଲି ମାଇକ୍ରୋସଫ୍ଟ ନିଜ ରିପୋର୍ଟରେ ପ୍ରକାଶ କରିଛି ।

ଜାନୁଆରୀରେ ତାଇୱାନରେ ଅନୁଷ୍ଠିତ ନିର୍ବାଚନରେ ମଧ୍ୟ ଚୀନ୍ ଏହି ଭଳି ଭାବେ ହସ୍ତକ୍ଷେପ କରିଥିଲା । ଏଆଇ ଆଙ୍କର ବ୍ୟବହାର କରି ଚୀନ ଭାରତ ସମେତ ଆମେରିକା ଏବଂ ଦକ୍ଷିଣ କୋରିଆ ନିର୍ବାଚନରେ ବାଧା ସୃଷ୍ଟି କରିବାକୁ ଯୋଜନା କରିଛି । ଚୀନ, ଉତ୍ତର କୋରିଆ ସହାୟତାରେ ପ୍ରସ୍ତୁତ କରିଥିବା ଏକ ସାଇବର ଗ୍ରୁପ୍ ନିର୍ବାଚନରେ କାରସାଦି କରିବାକୁ ଚକ୍ରାନ୍ତ କରିଛି । ନିଜର ସ୍ୱାର୍ଥ ସାଧନ ପାଇଁ ଚୀନ ଏଆଇ ଆଙ୍କର ଦ୍ୱାରା କଟେଂଟ୍ ପ୍ରସ୍ତୁତ କରୁଛି । ନିର୍ବାଚନ ଫଳାଫଳରେ ଏହାର ପ୍ରଭାବ କମ ପଡିବ ବୋଲି ଜାଣିଥିଲେ ମଧ୍ୟ ପରୀକ୍ଷାନିରୀକ୍ଷା ଜାରି ରଖିଛି ଚୀନ । ମିମ୍ସ, ଭିଡିଓ, ଅଡିଓ ପ୍ରସ୍ତୁତ କରି ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା ଚଳାଇଥିବା ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି ।

 

 

Related Articles

Back to top button