ରାମ ନବମୀ ଆସୁଛି,ପାପ କରିଥିବା ଲୋକଙ୍କୁ କେବେବି ଭୁଲନ୍ତୁ ନାହିଁ : ମୋଦୀ

“ଆଗକୁ ରାମ ନବମୀ ଆସୁଛି,ପାପ କରିଥିବା ଲୋକଙ୍କୁ କେବେବି ଭୁଲନ୍ତୁ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।ରବିବାର ବିହାରର ନୱାଦାସ୍ଥିତ କୁନ୍ତିନଗର ପଡିଆରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ବିରୋଧୀ ଇଣ୍ଡିଆ ମେଣ୍ଟ ସହଯୋଗୀ ଦଳ ଏବଂ କଂଗ୍ରେସ, ଆରଜେଡିଙ୍କୁ ପ୍ରଧାନମନ୍ତ୍ରୀ ମୋଦି କଡ଼ା ଟାର୍ଗେଟ କରି କହିଛନ୍ତି ଇଣ୍ଡିଆ ମେଣ୍ଟ ଅର୍ଥ ଦେଶକୁ ଘୃଣା କରୁଥିବା ବ୍ଯକ୍ତି ମାନେ ଏକାଠି ହୋଇଛନ୍ତି। ମୋଦି କହିଛନ୍ତି ଯେ କଂଗ୍ରେସର ବଡ ନେତାମାନେ ଅନ୍ୟ ରାଜ୍ୟକୁ ଯାଇ ଏଠାରେ ଜମ୍ମୁ କଶ୍ମୀରର ବ୍ୟବହାର କ’ଣ ବୋଲି କହିଛନ୍ତି। ଆପଣ ମାନେ କୁହନ୍ତୁ ଜମ୍ମୁ କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ନୁହେଁ କି। ମୋଦି କହିଛନ୍ତି ଯେ ଆମେ ଏହି ଉପାୟରେ କାମ କରିଥିଲୁ,ଯେଉଁମାନେ ପୂର୍ବରୁ ଆଖି ଦେଖାଉଥିଲେ ସେମାନେ ଏବେ ଅଟା ପାଉ ନାହାଁନ୍ତି ବୋଲି ଘୁରି ବୁଲୁଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ରାମ ମନ୍ଦିର ବିଷୟରେ କହୁଥିବାବେଳେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି।

ସୂଚନାଯୋଗ୍ୟ, ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବା ପାଇଁ କଂଗ୍ରେସ ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲା। ସେ କହିଛନ୍ତି, ନିକଟରେ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରରେର ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା, ଯେଉଁଥିରେ ଅନେକ ବିରୋଧୀ ଦଳ ଅଂଶଗ୍ରହଣ କରିନଥିଲେ।

ସେହି ନେତାମାନଙ୍କୁ ଟାର୍ଗେଟ କରି ମୋଦି ଆହୁରି କହିଛନ୍ତି ଯେ ଅଯୋଧ୍ୟାରେ ରାମଲାଲାଙ୍କ ଏକ ବିଶାଳ ମନ୍ଦିର ନିର୍ମାଣ ହେବ ବୋଲି କହିଥିଲୁ , ଆଜି ରାମ ମନ୍ଦିରର ଶିଖର ଆକାଶକୁ ଛୁଇଁଛି। ପାଞ୍ଚଶହ ବର୍ଷ ମଧ୍ୟରେ ଯାହା କରାଯାଇପାରିବ ନାହିଁ, ତାହା ଏବେ ହେଲା। କଂଗ୍ରେସ ଏବଂ ଆରଜେଡି ବର୍ଷ ବର୍ଷ ଧରି ମନ୍ଦିର ନିର୍ମାଣ ବନ୍ଦ କରିବାକୁ ଚେଷ୍ଟା କରୁଥିଲେ ହେଲେ ରାମ ମନ୍ଦିର ସମ୍ପୂର୍ଣ୍ଣ ହୋଇଛି। ଦେଶବାସୀଙ୍କ ଟଙ୍କାରେ ଏହି ମନ୍ଦିର ନିର୍ମାଣ କରାଯାଇଛି, ଏହାକୁ ଦେଶବାସୀ ନିର୍ମାଣ କରିଛନ୍ତି।

Related Articles

Back to top button