କଙ୍ଗନା ରାନାୱତଙ୍କୁ ଚଣ୍ଡିଗଡ଼ ବିମାନବନ୍ଦରରେ ଜଣେ ସିଆଇଏସଏଫ ଗାର୍ଡ ଚାପୁଡ଼ା ମାରିଛନ୍ତି

ବଲିଉଡ ଅଭିନେତ୍ରୀ ତଥା ନୂତନ ଭାବେ ନିର୍ବାଚିତ ସାଂସଦ କଙ୍ଗନା ରାନାୱତଙ୍କୁ ଚଣ୍ଡିଗଡ଼ ବିମାନବନ୍ଦରରେ ଜଣେ ସିଆଇଏସଏଫ ଗାର୍ଡ ଚାପୁଡ଼ା ମାରିଛନ୍ତି। ହିମାଚଳ ପ୍ରଦେଶର ମାଣ୍ଡିରୁ ଲୋକସଭା ନିର୍ବାଚନରେ ଜିତିଥିବା କଙ୍ଗନା ରାନାୱତ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଯାଉଥିଲେ। ତେବେ କୃଷକ ଆନ୍ଦୋଳନ ବିରୋଧରେ କଙ୍ଗନା ରାଣାୱତ କହିବାରୁ ତାଙ୍କ ଉପରେ ସିଆଇଏସ୍ ଏଫ୍ ଗାର୍ଡମାନେ ରାଗି ଯାଇଥିଲେ ବୋଲି ଦାବି କରାଯାଇଛି । ନୂତନ ସାଂସଦଙ୍କୁ ଚାପୁଡ଼ା ମାରିଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଏସ୍ଏଫ୍) କନଷ୍ଟେବଳ କୁଲବିନ୍ଦର କୌର ବୋଲି ଜଣାପଡିଛି।

ଆଜି ଅପରାହ୍ନ ୩ ଟା ୩୦ ସମୟରେ ଏହି ଘଟଣା ଘଟିଥିଲା । ଚଣ୍ଡିଗଡ଼ରୁ ଦିଲ୍ଲୀ ଯିବା ସମୟରେ ସିକ୍ୟୁରିଟି ଯାଞ୍ଚ ପାଇଁ କଙ୍ଗନା ଯାଇଥିବାବେଳେ ସିଆଇଏସଏଫ୍ ଗାର୍ଡ ଜଣକ ତାଙ୍କୁ ଚାପୁଡା ମାରିଥିବା ଜଣା ପଡିଛି । ହିମାଚଳପ୍ରଦେଶ ମଣ୍ଡି ଲୋକସଭା ଆସନରୁ ବିଜେପି ଟିକେଟ୍ ରେ ନିର୍ବାଚନ ଜିତିବା ପରେ କଙ୍ଗନା ରାଣାୱତ ଆଜି ଦିଲ୍ଲୀ ଅଭିମୁଖେ ଆସୁଥିଲେ । ଏହି ସମୟରେ ଚଣ୍ଡିଗଡ଼ ବିମାନବନ୍ଦରରେ ଏପରି ଘଟଣା ସାମ୍ନାକୁ ଆସିଛି । କୁହାଯାଉଛି ଯେ, କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ କଙ୍ଗନାଙ୍କ ବିବୃତ୍ତିରେ କୁଲବିନ୍ଦର କୌର ତାଙ୍କ ଉପରେ ରାଗିଯାଇଥିଲେ । ସେଥିପାଇଁ ସେ ବିଜେପି ସାଂସଦଙ୍କୁ ଚାପୁଡ଼ା ମାରିଥିଲେ ।

Related Articles

Back to top button