ବାର୍ଡ ଫ୍ଲୁ ହେତୁ ମେକ୍ସିକୋରେ ଜଣଙ୍କର ମୃତ୍ୟୁ

ବାର୍ଡ ଫ୍ଲୁ ହେତୁ ମେକ୍ସିକୋରେ ଜଣଙ୍କର ମୃତ୍ୟୁ ହୋଇଥିବା ମାମଲା ସାମ୍ନାକୁ ଆସିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ବୁଧବାର ଏହି ସୂଚନା ଦେଇଛି । ମୃତ୍ୟୁବରଣ କରିଥିବା ବ୍ୟକ୍ତି ବାର୍ଡ ସ୍ୱାଇନ୍ ଫ୍ଲୁ ଏ (ଏଚ୫ଏନ୨) ରେ ସଂକ୍ରମିତ ହୋଇଥିଲେ, ଯାହା ବାର୍ଡ ଫ୍ଲୁର ସବୁଠାରୁ ବିପଜ୍ଜନକ ଭାଇରସ୍ ଭାବରେ ପରିଗଣିତ ହୋଇଥିଲା ।

ଏହାପୂର୍ବରୁ ଏହି ଭାଇରସ୍ ଦ୍ୱାରା ବାର୍ଡ ଫ୍ଲୁ ସଂକ୍ରମଣ ମଣିଷମାନଙ୍କଠାରେ ମିଳିନଥିଲା । ତେବେ ଡବ୍ଲୁଏଚଓ ଏହା ମଧ୍ୟ କହିଛି ଯେ, ବର୍ତ୍ତମାନ ଲୋକଙ୍କ ପାଇଁ ଏଚ୫ଏନ୨ ଭାଇରସ୍ ହେବାର ଆଶଙ୍କା ବହୁତ କମ୍ ଏବଂ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ତଥାପି, ସତର୍କତା ଅବଲମ୍ବନ କରାଯିବା ଉଚିତ୍ ।

Related Articles

Back to top button