ଜମ୍ମୁ-କାଶ୍ମୀରର ଡୋଡା ଜିଲ୍ଲାରେ ବାଦଲଫଟା ବର୍ଷା: ଜାତୀୟ ରାଜପଥ ବନ୍ଦ, ଫସିଛି ଶହଶହ ଗାଡି

ଅମରନାଥ ପରେ ଜମ୍ମୁ-କାଶ୍ମୀରର ଡୋଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ହଠାତ ବାଦଲ ଫଟା ବର୍ଷା ପାଇଁ ଗୁଣ୍ଟି ଜଙ୍ଗଲ ଦେଇ ଯାଇଥିବା ଜାତୀୟ ରାଜପଥ ପ୍ରଭାବିତ ହୋଇଛି । ଏଠାରେ ଆଖପାଖ ପାହାଡରୁ ପଥର ଖସି ରାସ୍ତା ଏକ ପ୍ରକାର ବନ୍ଦ ହୋଇଯାଇଛି । ଫଳରେ ଶହଶହ ଗାଡିମଟର ଫସି ରହିଛନ୍ତି ।

ସୂଚନାନୁସାରେ, ଶନିବାର ପାହାନ୍ତିଆରେ ଡୋଡା ଜିଲ୍ଲାରେ ବାଦଲ ଫଟା ବର୍ଷା ହୋଇଥିଲା । ଫଳରେ ଅନେକ ସ୍ଥାନରେ ବଡ ବଡ ପଥର ଖଣ୍ଡ ପଡିଥିଲା । ଏପରିକି ରାସ୍ତାରେ ପଥର ଖସିବା ଫଳରେ ଯାନବାହନ ଫସି ରହିଛି । ଟ୍ରାଫିକ୍ ଜାମ୍ ସମସ୍ୟା ଦେଖାଦେଇଛି । ଶୀଘ୍ର ରାସ୍ତାରୁ ପଥର ଖଣ୍ଡ ତଥା ମାଟି ଉଟାଇବା କାମକୁ ତ୍ୱରାନ୍ୱିତ କରାଯାଇଛି ।

କେବଳ ରାସ୍ତାଘାଟ ନୁହେଁ, ଏଠାରେ ଥିବା ଏକ ଆର୍ମି କ୍ୟାମ୍ପରେ ମଧ୍ୟ ପାଣି ପଶି ଯାଇଛି । କିଛି ଘର ଦବି ଯାଇଥିବା ଜଣାପଡିଛି । ତେବେ ଏଥିରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ ।

ସୂଚନାଯୋଗ୍ୟ, ଶୁକ୍ରବାର ଅମରନାଥ ଯାତ୍ରା ବେଳେ ବାଦଳଫଟା ବର୍ଷା ହୋଇଥିଲା । ଯେଉଁଥିରେ ଏକାଧିକ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ । ଏହାପରେ  ଭୂମିକମ୍ପରେ ଥରିଥିଲା କାଶ୍ମୀର ମାଟି । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୪.୫ ଥିଲା ବୋଲି ଜଣାପଡିଛି ।

Related Articles

Back to top button