ପହଣ୍ଡି ପରେ ରଥରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆଡପ ମଣ୍ଡପରେ ମହାପ୍ରଭୁଙ୍କ ନବଦିନାତ୍କକ ଲୀଳାଖେଳା ଶେଷ ହୋଇଛି ।  ଜନ୍ମବେଦୀ ଛାଡି ରତ୍ନବେଦୀକୁ ବାହୁଡୁଛନ୍ତି ମହାପ୍ରଭୁ । ଶେଷ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ରଥାରୂଢ ହୋଇଛନ୍ତି ମହାପ୍ରଭୁ । ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ବିଜେ ହୋଇଥିଲା। ପରେ ବଳଭଦ୍ର, ଦେବୀ ସୁଭଦ୍ରା ରଥରେ ବିଜେ କରିଥିଲେ । ଶେ‌ଷରେ କାଳିଆ ଠାକୁର ପହଣ୍ଡି ହୋଇ ରଥରେ  ବିଜେ ହୋଇଛନ୍ତି । ପହଣ୍ଡି ବିଜେ ପାଇଁ ଭୋର ୪ଟାରୁ ନୀତିକାନ୍ତି ଆରମ୍ଭ ହୋଇଥିଲା। ଏହାପରେ ପହଣ୍ଡି ଆରମ୍ଭ ହୋଇଥିଲା। ସଅଳ ପହଣ୍ଡି ହେତୁ ରଥଟଣା ବି ନିର୍ଦ୍ଧାରିତ ସମୟ ପୂର୍ବରୁ ହେବାର ସମ୍ଭାବନା ରହିଛି ।

ଏହି ଅବସରରେ ଜନସମୁଦ୍ର ହୋଇଛି ଶରଧାବାଲି । ଭକ୍ତ ଓ ଭଗବାନ ମିଳନର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି । ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଛି ଶ୍ରୀକ୍ଷେତ୍ର ।

ବାହୁଡା ନୀତି ନିର୍ଘଣ୍ଟ ଅନୁଯାୟୀ, ପହଣ୍ଡି ପରେ ଅପରାହ୍ନ ୧ଟାରୁ ୨ଟା ୩୦ ମଧ୍ୟରେ ବେଶ ଶେଷ, ଅପରାହ୍ନ ୨ ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା, ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା ଓ ୪ଟାରେ ରଥ ଟଣା ହେବ ।

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।‌ ୭୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୦୦ ପୋଲିସ ଅଧିକାରୀ ମୁତୟନ ରହିଛନ୍ତି।

Related Articles

Back to top button