କମିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ପାର୍ବଣ ବେଳେ କମିଲା ଏଲପିଜି ସିଲିଣ୍ଡରର ଦାମ। ଯଦିଓ ତୈଳ କମ୍ପାନୀଗୁଡିକ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି, କିନ୍ତୁ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ହ୍ରାସ ଘଟିଛି।

ଆଜିଠାରୁ ଦିଲ୍ଲୀରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୨୫ ଟଙ୍କା ୫୦ ପଇସା,  ମୁମ୍ବାଇରେ ୩୨ ଟଙ୍କା ୫୦ ପଇସା ଶସ୍ତା ହୋଇଛି। କୋଲକାତାରେ ୩୬ ଟଙ୍କା ୫୦ ପଇସା ହ୍ରାସ ହୋଇଥିବା ବେଳେ ଚେନ୍ନାଇରେ ୩୫ ଟଙ୍କା ୫୦ ପଇସା ଶସ୍ତା ହୋଇଛି। ପର୍ବପର୍ବାଣି ସମୟରେ ବ୍ୟବସାୟିକଙ୍କ ପାଇଁ ଟିକିଏ ଆଶ୍ୱସ୍ତି ଦେବ। ଯାହାର ପରିଣାମ ଲୋକମାନେ ବାହାରେ ଖାଦ୍ୟ ପାନୀୟରେ ଟିକିଏ ଶସ୍ତା ହୋଇପାରେ।

ନୂଆ ଦର ପରେ ଦିଲ୍ଲୀରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ଇଣ୍ଡେନ ଏଲପିଜି ସିଲିଣ୍ଡରର ଦାମ୧୮୫୯.୫୦ ଟଙ୍କା ହୋଇଥିବା ବେଳେ ମୁମ୍ବାଇରେ ୧୮୧୧ ଟଙ୍କା ୫୦ ପଇସା, କୋଲକାତାରେ ୧୯୫୯ ଟଙ୍କା ଏବଂ ଚେନ୍ନାଇରେ ୨୦୦୯.୫୦ ପଇସା ହୋଇଛି।

ଉଲ୍ଲେଖଯୋଗ୍ୟ, କ୍ରମାଗତ ୬ ମାସ ପାଇଁ ବ୍ୟବସାୟିକ ସିଲିଣ୍ଡରର ଦାମ କମୁଛି। ଏହାପୂର୍ବରୁ ସେପ୍ଟେମ୍ବରରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ଶସ୍ତା ହୋଇଥିଲା।

ଅନ୍ୟପକ୍ଷରେ, ଯଦି ୧୪.୨ କିଲୋଗ୍ରାମର ଘରୋଇ ସିଲିଣ୍ଡର ଜୁଲାଇ ୬ ଠାରୁ ଦର ଅପରିବର୍ତ୍ତିତ ରହିଛି। ରାଜଧାନୀ ଦିଲ୍ଲୀରେ ଏହାର ଦାମ ୧,୦୫୩ ଟଙ୍କା, ମୁମ୍ବାଇରେ ୧,୦୫୨ ଟଙ୍କା, କୋଲକାତାରେ ୧,୦୭୯ ଟଙ୍କାରେ ଏବଂ ଚେନ୍ନାଇରେ ୧,୦୬୮ ଟଙ୍କା ରହିଛି ଦାମ।

ଗତ କିଛି ବର୍ଷ ମଧ୍ୟରେ ଆନ୍ତର୍ଜାତୀୟ ବଜାରରେ ପ୍ରାକୃତିକ ଗ୍ୟାସର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଦେଶରେ ପ୍ରାକୃତିକ ଗ୍ୟାସର ମୂଲ୍ୟ ୪୦% ବୃଦ୍ଧି ହୋଇଛି ।

ଆଗାମୀ ଦିନରେ ଦେଶରେ ମୁଦ୍ରାସ୍ଫୀତି ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଯଦି ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। କ୍ରମାଗତ ୧୩୩ ଦିନ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସ୍ଥିର ରହିଛି।

Related Articles

Back to top button