ବଡ଼ଚଣା ଠାରେ ଥିବା EEVE ମ୍ୟାନୁଫ୍ୟାକଚରିଂ ୟୁନିଟରେ ଅଗ୍ନିକାଣ୍ଡ, ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବଡ଼ଚଣା ଠାରେ ଥିବା ଇଭିଇ ବିଦ୍ୟୁତ ସ୍କୁଟି ମ୍ୟାନୁଫ୍ୟାକଚରିଂ ୟୁନିଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସକାଳୁ ସକାଳୁ ଏହି ଅଗ୍ନିକାଣ୍ଡ ଘଟିଛି । ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀର ଦୁଇଟି ଗାଡି ପହଁଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଥିବା ସନ୍ଦେହ କରାଯାଉଛି ।

ଅଗ୍ନିକାଣ୍ଡରେ କେତେ ପରିମାଣର କ୍ଷୟ କ୍ଷତି ହୋଇଛି ଏନେଇ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳିନି । ତେବେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ସୂଚନା ଥାଉକି, ଦୀର୍ଘ ଦିନ ଏଠାରେ ବିଦ୍ୟୁତ ସ୍କୁଟି ମ୍ୟାନୁଫ୍ୟାକଚରିଂ ୟୁନିଟ ଚାଲୁ ରହିଥିଲା । ଏ ନେଇ ସମ୍ପୃକ୍ତ ସଂସ୍ଥା ପକ୍ଷରୁ କୌଣସି ସୂଚନା ଦିଆଯାଇନି ।

Related Articles

Back to top button