କେନ୍ଦ୍ର ସରକାର, ରାଷ୍ଟ୍ରପତିଙ୍କ ସଚିବ ସମେତ ୪ ଜଣଙ୍କ ନାମରେ ଅଭିଯୋଗ

କେରଳ ସରକାର ରାଷ୍ଟ୍ରପତିଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଏହି ଆବେଦନରେ କୁହାଯାଇଛି କି, ରାଷ୍ଟ୍ରପତି ଦୀର୍ଘଦିନ ହେବ ତାଙ୍କ ନିକଟରେ ପଡି ରହିଥିବା ୪ଟି ବିଲକୁ ମଞ୍ଜୁରୀ ଦେଉନାହାଁନ୍ତି । ଏହି ବିଧେୟକଗୁଡିକୁ ରାଜ୍ୟ ବିଧାନସଭାରେ ପାରିତ କରାଯାଇଛି ।କେରଳ ସରକାର ତାଙ୍କ ଅଭିଯୋଗରେ ଯେଉଁ ୪ଟି ବିଧେୟକ ବାବଦରେ ଅଭିଯୋଗ କରିଛନ୍ତି ତାହା ମଧ୍ୟରେ ରହିଛି, ବିଶ୍ୱବିଦ୍ୟାଳୟ ଆଇନ, କୋ-ଅପରେଟିଭ ସୋସାଇଟି ସଂଶୋଧନ ଆଇନ । କେରଳ ସରକାର ଏହା ବି କହିଛନ୍ତି କି ବିନା କୌଣସି କାରଣରେ ରାଷ୍ଟ୍ରପତି ଏହି ବିଲଗୁଡିକ ଅସାମ୍ବିଧାନିକ କରିଦେଇଛନ୍ତି ।

କେରଳ ସରକାର ଏହି ମାମଲାରେ କେନ୍ଦ୍ର ସରକାର, ରାଷ୍ଟ୍ରପତିଙ୍କ ସଚିବ, କେରଳର ରାଜ୍ୟପାଳ ଓ ତାଙ୍କ ସଚିବଙ୍କୁ ଅଭିଯୁକ୍ତ କରିଛନ୍ତି । କେରଳ ସରକାରଙ୍କ ଆବେଦନ ମୁତାବକ ଏହି ବିଧେୟକଗୁଡିକ ସମ୍ପୂର୍ଣ୍ଣ ଭାବେ କେରଳ ରାଜ୍ୟର ଅଧିକାର କ୍ଷେତ୍ରରେ ଅଟେ । ରାଷ୍ଟ୍ରପତି ଏହି ବିଧେୟକଗୁଡିକୁ ବିନା କାରଣରେ ଅସାମ୍ବିଧାନିକ ବୋଲି କହିବା ଆର୍ଟିକିଲ ୧୪ର ଉଲଂଘନ ବୋଲି କେରଳ ସରକାର ଅଭିଯୋଗ କରିଛନ୍ତି ।

Related Articles

Back to top button