ହୋଲିକୁ ନଜରରେ ରଖି କମିସନରେଟ୍‌‌ ପୋଲିସ ଗ୍ରହଣ କରିଛି ସୁରକ୍ଷା ବ୍ୟବସ୍ଥା

ହୋଲିକୁ ନଜରରେ ରଖି କମିସନରେଟ୍‌‌ ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ଯେପରି ଶାନ୍ତି ଶୃଙ୍ଖଳାରେ ସହରବାସୀ ହୋଲି ପାଳନ କରିବେ ସେଥିଲାଗି ପୋଲିସ ଗୁରୁତ୍ୱ ଦେଉଛି । ହୋଲିରେ ନିଶାସକ୍ତ ଯୁବକମାନେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି । ଏଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଇନଶୃଙ୍ଖଳା ଉପରେ କଡ଼ା ନଜର ରଖିବାକୁ ସମସ୍ତ ଜୋନ୍‌‌ ଏସିପି ଓ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି ପ୍ରତୀକ ସିଂ ।

ଡିସିପି ପ୍ରତୀକ ସିଂ କହିଛନ୍ତି ଯେ, ହୋଲି ଦିନ ରାଜଧାନୀରେ ୨୫ ପ୍ଲାଟୁନ୍‌‌ ପୋଲିସ ଫୋର୍ସ ମୁତୟନ କରାଯିବ। ସହରର ପ୍ରତି ଛକରେ ପୋଲିସ ଏହି ବ୍ଲକିଂ ଏବଂ ଚେକିଂ କରିବ । ବିଶେଷକରି ମଦୁଆଙ୍କ ଉପରେ କଡ଼ା ନଜର ରହିବ । ଯେଉଁମାନେ ମଦ ପିଇ ଗାଡ଼ି ଚଲାଇବେ ସେମାନଙ୍କୁ ପୁଲିସ ଉଠାଇ ନେଇ ଗାଡ଼ି ଜବତ କରିବା ସହ ମଦ୍ୟପକୁ ଅଟକ ରଖିବ । ହୋଲିଦିନ ଗଣ୍ଡଗୋଳ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି ତେଣୁ ସେହିଦିନ ପିସିଆର ଭ୍ୟାନ୍‌‌ ଏବଂ ବ୍ରିଟ୍‌‌ ପାଟ୍ରୋଲିଂ ଟିମ୍‌‌ ସହର ସାରା କଡ଼ା ପଇଁତରା ମାରିବ । ହୋଲିରେ ନଦୀରେ ଗାଧୋଇବା ସମୟରେ ଅଘଟଣ ଘଟିବାର ସମ୍ଭାବନା ରହିଥିବାରୁ ରାଜଧାନୀର ବଡ଼ ପୋଖରୀ ଏବଂ କୁଆଖାଇ ନଦୀ ପଠାରେ ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ମୁତୟନ ରହିବେ । ଯଦି କିଛି ଅଘଟଣ ଘଟେ ସେମାନେ ଏହାକୁ ତୁରନ୍ତ ପ୍ରତିହତ କରିବେ ।

Related Articles

Back to top button