ସୋନିଆ ଗାନ୍ଧୀଙ୍କ ମାତୃ ବିୟୋଗ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମେନୋଙ୍କ ପରଲୋକ ଘଟିଛି। ୨୭ ଅଗଷ୍ଟ ଶନିବାର ଇଟାଲୀରେ ଥିବା ତାଙ୍କ ବାସଭବନରେ ପାଓଲା ଦେହାନ୍ତ ହୋଇଛି। ଅଗଷ୍ଟ ୩୦ରେ ପାଓଲାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ୨୪ରେ କଂଗ୍ରେସ ପକ୍ଷରୁ ଏକ ବିବୃତ୍ତି ଜାରି କରି ସୋନିଆ ଗାନ୍ଧୀ ତାଙ୍କ ପୁଅ ରାହୁଲ ଏବଂ ଝିଅ ପ୍ରିୟଙ୍କାଙ୍କ ସହ ବିଦେଶ ଯିବେ ବୋଲି କୁହାଯାଇଥିଲା। ନୂଆଦିଲ୍ଲୀ ଫେରିବା ପୂର୍ବରୁ ସୋନିଆ ମଧ୍ୟ ତାଙ୍କ ଅସୁସ୍ଥ ମା’ଙ୍କୁ ଦେଖା କରି ଆସିବାର କାର୍ଯ୍ୟକ୍ରମ ଥିଲା।

Related Articles

Back to top button