ଲାଞ୍ଚ ମାମଲାରେ ଜେଲ୍‌ ଗଲେ ଢେଙ୍କାନାଳ ଡିଏସ୍‌ପି ଅଭିନବ ଡାଳୁଆ

ଢେଙ୍କାନାଳ: ଲାଞ୍ଚ ମାମଲାରେ ବୁଧବାର ଜେଲ୍‌ ଯାଇଛନ୍ତି ଢେଙ୍କାନାଳ ସଦର ଥାନାଧିକାରୀରୁ ଡିଏସ୍‌ପି ପଦୋନ୍ନତି ପାଇଥିବା ଅଭିନବ ଡାଳୁଆ। କୋଇଲା ପରିବହନକାରୀଙ୍କଠାରୁ ୨ଟି ଟ୍ରକ୍‌ ପାଇଁ ମଙ୍ଗଳବାର ସଦର ଥାନାରେ ୩୦ ହଜାର ଟଙ୍କା ଲାଞ୍ଚ ନେଇ କଟକ ଭିଜିଲାନ୍ସ ସେଲ୍‌ ଦ୍ୱାରା ଗିରଫ ହୋଇଥିଲେ। ବୁଧବାର ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରି ଢେଙ୍କାନାଳ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ଅଦାଲତରେ ହାଜର କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଆସନ୍ତା ୯ରେ ଜାମିନ ଆବେଦନ ଉପରେ ଶୁଣାଣି ହେବ ବୋଲି ସ୍ବତନ୍ତ୍ର ଭିଜିଲାନ୍ସ ପବ୍ଲିକ ପ୍ରସ୍ୟୁକ୍ୟୁଟର ଜଣାଇଛନ୍ତି। କେସ୍‌ ଡାଏରୀ ୯ ତାରିଖ ସୁଦ୍ଧା ଦାଖଲ ପାଇଁ ଅଦାଲତଙ୍କ ପକ୍ଷରୁ ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Back to top button