ବିଦେଶ ଫେରନ୍ତାଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ପାଇଁ ଏବେ ଠାରୁ ଦେଶରେ କଡା ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଆଜି ଠାରୁ ବିମାନବନ୍ଦରରେ ଚେକିଙ୍ଗ ପାଇଁ ନିର୍ଦ୍ଦେଶ ଦିଆଯିବା ସହିତ ଥର୍ମାଲସ୍କାନିଙ୍ଗ ପାଇଁ କୁହାଯାଇଛି । ଏହା ସହିତ ଲକ୍ଷଣ ଦେଖା ଗଲେ ସେମାନଙ୍କୁ ଆଇସୋଲେସନରେ ରଖିବା ପାଇଁ କୁହାଯାଇଛି ।

କେବଳ ଏତିକି ନୁହେଁ ଚୀନ, ହଂକଂ , ଥାଇଲାଣ୍ଡ ଆଉ ଜାପାନରୁ ଯେଉଁମାନେ ଆସିବେ ତାଙ୍କର ଟେଷ୍ଟିଙ୍ଗ ବାଧ୍ୟତା ମୂଳକ କରାଯାଇଛି । ସେମାନଙ୍କୁ ଆରଟିପିସିଆର ଟେଷ୍ଟ ବାଧ୍ୟତା ମୂଳକ କରାଯାଇଛି ।ଏହା ସହ ସେମାନେ ଏୟାର ସୁବିଧା ଫର୍ମ ଭରିବା ସହିତ କେଉଁ ସ୍ଥାନରୁ ଯାତ୍ରା କରୁଛନ୍ତି ତାହାର ସମ୍ପୂର୍ଣ୍ଣ ତଥ୍ୟ ଭରିବେ ।

ଯଦି ସେମାନଙ୍କ ପାଖରେ କରୋନା ଭୂତାଣୁ ମିଳିଲା ତେବେ ତାଙ୍କୁ କ୍ୱାରେନଣ୍ଟାଇନରେ ରହିବାକୁ ପଡିବ । ଏହା ସହିତ ସେ ଯାହା ସହିତ ମିଶିଥିବେ ତାଙ୍କୁ ଟ୍ରାକ ଯାଇ ତାଙ୍କର ଟେଷ୍ଟ କରାଯିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏହା ସୂଚନା ଦେଇଛନ୍ତି । ଏହା ସହିତ ଏହାକୁ କଡାକଡି ଭାବେ ପାଳନ କରିବା ପାଇଁ କହିଛନ୍ତି ।

କୋଭିଡ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ସ୍ୱାସ୍ଥ୍ୟମନ୍ତ୍ରାଳୟ ତରଫରୁ ଏହି ସୂଚନା ଦିଆଯାଇଛି । ଏହା ସହିତ ଟେଷ୍ଟିଙ୍କ, ଟ୍ରାକିଙ୍ଗ ଆଉ ଟ୍ରିଟମେଣ୍ଟକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି ।

Related Articles

Back to top button