ଉନ୍ନତ ମାନର ଶିକ୍ଷା ପ୍ରଦାନ କ୍ଷେତ୍ରରେ ସୈନିକ ସ୍କୁଲ ମାଇଲ ଖୁଣ୍ଟ ସ୍ଥାପନ କରିଛି: ମୁଖ୍ୟମନ୍ତ୍ରୀ

ସୈନିକ ସ୍କୁଲର ହୀରକ ଜୟନ୍ତୀ ସମାରୋହ

ଭୁବନେଶ୍ୱର ସ୍ଥିତ ସୈନିକ ସ୍କୁଲର ହୀରକ ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଉନ୍ନତ ମାନର ଶିକ୍ଷା ପ୍ରଦାନ କ୍ଷେତ୍ରରେ ସୈନିକ ସ୍କୁଲ ମାଇଲ ଖୁଣ୍ଟ ସ୍ଥାପନ କରିଛି । ଏହି ବିଦ୍ୟାଳୟ ଦେଶସେବା ପାଇଁ ଦକ୍ଷ ଓ ସାହସୀ ସୈନିକ ସୃଷ୍ଟି କରିବା ସହ ପ୍ରଶାସନିକ ଅଧିକାରୀ, ଡାକ୍ତର, ଇଞ୍ଜିନିୟରଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ବ୍ୟକ୍ତିବିଶେଷ ତିଆରି କରି ରାଜ୍ୟ ପାଇଁ ସୁନାମ ଆଣିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଶିକ୍ଷା ବ୍ୟବସ୍ଥାର ଶକ୍ତି କେବଳ
ଶିକ୍ଷାଗତ ଉତ୍କର୍ଷତା ଲାଭ କରିବା ନୁହେଁ, ବରଂ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷ କରି ଗଢ଼ିତୋଳିବା। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ୟେକ ସୁଯୋଗକୁ ସଫଳତାରେ ପରିଣତ କରିବାକୁ ଆହ୍ୱାନ ଦେଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ। ସୈନିକ ସ୍କୁଲର ପୁରାତନ ଛାତ୍ରଙ୍କ ମାତା-ପିତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

ଏଥିରେ  କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଦ୍ୟାଳୟର ଅଧ୍ୟକ୍ଷ କର୍ଣ୍ଣେଲ୍ ବାଲୁଭରତ, ଲେପ୍ଟନାଣ୍ଟ ଜେନେରାଲ ଜେ.କେ ମହାନ୍ତି (ଅବସର ପ୍ରାପ୍ତ) ଏବଂ ପୁରାତନ ବାଳକ ସଂଘର ସଭାପତି ହରଦମନ ସିଂହ ପ୍ରମୁଖ ଉପସ୍ଥିତ  ଥିଲେ। ଜାମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମୟରେ ଶହୀଦ ହୋଇଥିବା ତଥା ମରଣୋତ୍ତର ଭାବେ ଶୌର୍ଯ୍ୟଚକ୍ର ପୁରସ୍କାର ବିଜେତା ବିଦ୍ୟାଳୟର ପୂର୍ବତନ ଛାତ୍ର କ୍ୟାପ୍ଟେନ୍ ଆଶୁତୋଷ କୁମାରଙ୍କ ପିତାମାତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

Related Articles

Back to top button