ଚଳିତ ନିର୍ବାଚନ ମତଦାନ ସାରା ବିଶ୍ୱରେ ଐତିହାସିକ ରେକର୍ଡ ସୃଷ୍ଟି କରିଛି : ସିଇସି

ନିର୍ବାଚନ ଫଳାଫଳ ପୂର୍ବରୁ ଆଜି ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ୨୦୨୪ ମତଦାନକୁ ନେଇ ସିଇସି ରାଜୀବ କୁମାର କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ରାଜୀବ କୁମାର କହିଛନ୍ତି , ଚଳିତ ନିର୍ବାଚନ ମତଦାନ ସାରା ବିଶ୍ୱରେ ଐତିହାସିକ ରେକର୍ଡ ସୃଷ୍ଟି କରିଛି । ଏହାଛଡା ସବୁଠୁ ଅଧିକ ସଂଖ୍ୟକ ଭୋଟର ମତଦାନ ଦେଇଛନ୍ତି । ବିଶେଷ କରି ଜମ୍ମୁ-କାଶ୍ମୀର ଭଳି ସମ୍ବୋଦନଶୀଳ ଅଞ୍ଚଳରେ ଚଳିତ ବର୍ଷ ସର୍ବାଧିକ ଭୋଟର ମତଦାନ କରିଛନ୍ତି । ଏହାସହ ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ବର୍ଷ ନିର୍ବାଚନରେ ସର୍ବାଧିକ ମହିଳା ଭୋଟର ନିଜର ମତସାବ୍ୟସ୍ତ କରିଛନ୍ତି । ଏଥର ୩୧ କୋଟି ମହିଳା ଭୋଟ୍ ଦେଇଛନ୍ତି, ଯାହା କି ପ୍ରଥମ ଥର ପାଇଁ ରେକର୍ଡ ସୃଷ୍ଟି କରିଛି ।ସିଇସି କହିଛନ୍ତି , ଲୋକସଭା ନିର୍ବାଚନରେ ୩୧କୋଟି ମହିଳାଙ୍କ ସମେତ କୋଟିରୁ ଅଧିକ ଭୋଟର ମତାଦାନ କରି ସାରା ବିଶ୍ୱରେ ରେକର୍ଡ କରିଛନ୍ତି । ଏହି ସଂଖ୍ୟା ଜି-୭ ଦେଶର ଭୋଟରଙ୍କ ତୁଳନାରେ ୧.୫ ଗୁଣ ଏବଂ ସମସ୍ତ ୟୁରୋପୀୟ ସଂଘର ୨୭ଟି ଦେଶର ଭୋଟରଙ୍କ ତୁଳନାରେ ୨.୫ ଗୁଣ ସର୍ବାଧିକ ।କେବଳ ଏତିକି ନୁହେଁ ଏଥର ସବାଧିକ ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତି ମଧ୍ୟ ମତଦାନ କରିଛନ୍ତି । ଏହସହ ମତଦାନରେ ନିଜର ଶ୍ରମ ଦାନ କରିଥିବା ସମସ୍ତ ପୋଲିଂ ପାର୍ଟିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ରାଜୀବ କୁମାର ।

Related Articles

Back to top button