ତାଜ ଏକ୍ସପ୍ରେସ ଟ୍ରେନର ୪ଟି ବଗିରେ ଭୟଙ୍କର ନିଆଁ

ତାଜ ଏକ୍ସପ୍ରେସ ଟ୍ରେନର ୪ଟି ବଗିରେ ଭୟଙ୍କର ନିଆଁ ଲାଗିଥିଲା। ତୋଗଲକାବାଦ-ଓଖଲା ମଧ୍ୟରେ ତାଜ ଏକ୍ସପ୍ରେସରେ ଅଘଟଣ ଘଟିଥିଲା। ଏହି ଅଗ୍ନିକାଣ୍ଡରେ କୌଣସି ଯାତ୍ରୀଙ୍କ କ୍ଷତି ହୋଇନଥିବା ଜଣାପଡ଼ିଥିବାବଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।ମିଳିଥିବା ସୂଚନା ଅନୁଯାୟୀ ନୂଆଦିଲ୍ଲୀର ତୋଗଲକାବାଦ୍‌-ଓଖଲା ମଧ୍ୟରେ ତାଜ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟି ଏହି ଟ୍ରେନ୍‌ର ୨ଟି ବଗିରେ ନିଆଁ ଲାଗି ଯାଇଥିବା ବେଳେ ଏହାକୁ ଲିଭାଇ ଦିଆଯାଇଛି। ଅପରପକ୍ଷରେ ଏହି ଟ୍ରେନର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଖବର ପାଇ ଦିଲ୍ଲୀ ଅଗ୍ନିଶମ ବାହିନୀର ୮ଟି ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଏବଂ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଟ୍ରେନରୁ ଓହ୍ଲାଇବାରେ ସହାୟତା କରିଥିଲେ।

ଦିଲ୍ଲୀ ଅଗ୍ନିଶମ ବାହିନୀର ଜଣେ ଅଧିକାରୀ କହିଛନ୍ତି ଯେ ତାଜ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ର ଚାରିଟି ବଗିରେ ନିଆଁ ଲାଗିଥିବା ନେଇ ଅପରାହ୍ନ ୪ଟା ୨୪ ମିନିଟ୍‌ରେ ଆମେ ଏକ ଫୋନ୍ କଲ୍ ପାଇଥିଲୁ। ଏହା ପରେ ୮ଟି ଦମକଳ ଗାଡ଼ିକୁ ସେଠାକୁ ପଠାଯାଇଥିଲା। ବର୍ତ୍ତମାନ ଟ୍ରେନର ସମସ୍ତ ଚାରିଟି ବଗିରୁ ନିଆଁ ଲିଭାଇ ଦିଆଯାଇଛି।

Related Articles

Back to top button