ଅନଲାଇନରେ ଡ୍ରୋନ୍ ଅର୍ଡର କଲେ, ଡେ଼ଲିଭରି ହେଲା ଆଳୁ

ପାଟନା : ପାର୍ବଣ ଋତୁରେ ଚାଲିଛି ଜୋର ସୋର ଅନଲାଇନ ସପିଂ। ସପିଂ ୱେବସାଇଟଗୁଡିକ ଭଳିକି ଭଳି ଅଫର୍ ରଖି ବିଭିନ୍ନ ପ୍ରଡକ୍ଟକୁ ଆକର୍ଷଣୀୟ ବନାଉଛନ୍ତି। ଗ୍ରାହକ ଏପରି ଆକର୍ଷଣୀୟ ଅଫର ଦେଖି ବହୁତ ଗୁଡାଏ ଜିନିଷ ଅର୍ଡର କରୁଛନ୍ତି। ବିହାରର ଜଣେ ବ୍ୟକ୍ତି ଏପରି ଭଲ ଅଫର୍ ଦେଖି ଏକ ସପିଂ ୱେବସାଇଟରୁ ଡ୍ରୋନ କ୍ୟାମେରା ଅର୍ଡର କରିଥିଲେ। କିନ୍ତୁ ପାର୍ସଲରେ ଡ୍ରୋନ ପରିବର୍ତ୍ତେ ଆସଥିଲା ଆଳୁ।

ଲୋକେ ଘରେ ବସି ଭଲ ଅଫର ପାଉଛନ୍ତି ବୋଲି ସପିଂ ୱେବସାଇଟରୁ ଅନବରତ ସପିଂ କରୁଛନ୍ତି। କିଛି ଲୋକେ ଅନଲାଇନ ସପିଂ କରି ଠକାମିର ଶିକାର ମଧ୍ୟ ହେଉଛନ୍ତି। ନିକଟରେ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କୁ ଲାପଟପ୍ ବଦଳରେ ଡିଟରଜେଣ୍ଟ ପଠାଯାଇଥିଲା। ଏବେ ବିହାରରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଏହି ଘଟଣା ନାଳନ୍ଦାର ପର୍ଲବଲପୁରରୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଏକ ଭିଡିଓ ପ୍ରସ୍ତୁତ କରି ଅଭିଯୋଗ କରିଛନ୍ତି ଯେ ସେ ମିଶୋ ଆପ୍ ରୁ ଡ୍ରୋନ୍ କ୍ୟାମେରା ଅର୍ଡର କରିଥିଲେ କିନ୍ତୁ ଏହାର ପ୍ରତିବଦଳରେ ତାଙ୍କୁ ଏକ କିଲୋଗ୍ରାମ ଆଳୁ ମିଳିଥିଲା।

ଭିଡିଓରେ ଦେଖିବାକୁ ମିଳୁଛି ଯେ ବିହାରର ଜଣେ ଗ୍ରାହକ ଚୈତନ୍ୟ କୁମାର ମିଶୋ ଆପର ଡେଲିଭରି ଏଜେଣ୍ଟକୁ ପାର୍ସଲ ଖୋଲିବାକୁ କହୁଛନ୍ତି। ଯେତେବେଳେ ଡେଲିଭରି ଏଜେଣ୍ଟ ପାର୍ସଲ ଖୋଲିଲେ ସେତେବେଳେ ଡ୍ରୋନ୍ କ୍ୟାମେରା ପରିବର୍ତ୍ତେ ଦଶ ଟି ଆଳୁ ଥିଲା। ଏହି ସମୟରେ ଡେଲିଭରି ଏଜେଣ୍ଟ କହିଲେ ଯେ ଏଥିରେ ତାଙ୍କର କୌଣସି ହାତ ନାହିଁ।

ଚୈତନ୍ୟ କୁମାର ମିଶୋ ସପିଂ ସାଇଟରୁ ଡ୍ରୋନ୍ କ୍ୟାମେରା ଅର୍ଡର କରିଥିଲେ, ଯାହାର ବଜାର ମୂଲ୍ୟ ୮୪,୯୯୯ ଟଙ୍କା ଥିଲା। କିନ୍ତୁ ଏହା ମିଶୋରେ ମାତ୍ର ୧୦,୨୧୨ ଟଙ୍କାରେ ବିକ୍ରି ହେଉଥିଲା। ସେ ଟିକିଏ ସନ୍ଦେହଜନକ ହୋଇ କମ୍ପାନୀଠାରୁ ଏ ବିଷୟରେ ସୂଚନା ନେଇଥିଲେ। ତା’ପରେ ମିଶୋ ତାଙ୍କୁ କହିଥିଲେ ଯେ ଏହା ଫେସଟିଭ ସିଜିନ ପାଇଁ ଏକ ବଡ଼ ଅଫର। ତେଣୁ ସେ ଏତେ କମ ମୂଲ୍ୟରେ କ୍ୟାମେରା ଉପଲବ୍ଧ କରୁଛନ୍ତି। ତା’ପରେ ଚୈତନ୍ୟ ଅନଲାଇନରେ ସମ୍ପୂର୍ଣ୍ଣ ପେମେଣ୍ଟ କରି ଡ୍ରୋନ୍ କ୍ୟାମେରାକୁ ଅର୍ଡର କରିଥିଲେ।

ବର୍ତ୍ତମାନ ଏହି ଘଟଣାଟି ପୋଲିସ ପାଖରେ ପହଞ୍ଚିଛି। ପ୍ରମାଣ ସହିତ କମ୍ପାନୀ ବିରୋଧରେ ଅଭିଯୋଗ ହୋଇଛି। ପାରବଲପୁର ଏସଏଚଓ କହିଛନ୍ତି ଯେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ଏହି ପ୍ରସଙ୍ଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related Articles

Back to top button