କଟକ ସହରରେ ପଶିଥିବା ହାତୀ ଉପରେ ନିଜର ରଖିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ

କଟକ: କଟକ ସହରକୁ ହାତୀ ପ୍ରବେଶ ଘଟଣାରେ ସିଟି ଡିଏଫ୍‌ଓ ଅଜିତ ଶତପଥୀ ପ୍ରତିକ୍ରିୟା ରଖିଛନ୍ତି । ଗତକାଲି ୩ଟି ହାତୀ ଆଠଗଡ ଦେଇ ଚୌଦ୍ବାର ଆସିଥିଲେ । ବିଳମ୍ବିତ ରାତିରେ ନଦୀ ପାର ହୋଇ ବାଲିସାହି ଜଗତପୁର ଆଇ ରୋଡ ସ୍ଥିତ ବସ୍ତି ଭିତରେ ପଶିଥିଲେ । ନଦୀ ପାର୍ ସମୟରେ ଗେଟରେ ଲାଗି ଗୋଟିଏ ହାତୀର ମୃତ୍ୟୁ  ହୋଇଛି । ଅନ୍ୟ ଏକ ଛୁଆ ହାତୀ ପାଣିରୁ ବାହାରି ବର୍ତ୍ତମାନ ମୁଣ୍ଡାସାହିରେ ଅଛି । ଅନ୍ୟ ଏକ ବଡ ହାତୀ ଜଗତପୁର ଅଞ୍ଚଳରେ ଆତଙ୍କ ଖେଳାଇଛି । ଘର ଭାଙ୍ଗିବା ସହ କିଛି ଲୋକଙ୍କୁ ଆକ୍ରମଣ ମଧ୍ୟ କରିଥିବା ଅଭିଯୋଗ ହୋଇଛି । ସେହି ହାତୀର ଗତିବିଧି ଉପରେ ନଜର ରଖାଯାଇଛି ।

ଯେହେତୁ ହାତୀଟି ଜଙ୍ଗଲ ଭଳି ଗଛ କିମ୍ବା ପାଣି ପାଉନାହିଁ ତେଣୁ ବସ୍ତିରେ ଥିବା ଗଛ ନିକଟରେ ଆଶ୍ରୟ ଖୋଜୁଛି । ହେଲେ ଲୋକମାନେ ଘଉଡାଉ ଥିବାରୁ ହାତୀଟି ଏଣେତେଣେ ଘୁରିବୁଲୁଛି । ହାତୀକୁ ଟ୍ରାଙ୍କୁଲାଇଜ କରିବା ଏକ ବିକଳ୍ପ । ସେଥିପାଇଁ ସେହି ସ୍ଥାନକୁ କ୍ରେନ ଯିବା ଦରକାର, ହାତୀକୁ ନେବାକୁ ଟ୍ରକ ଦରକାର । ଏଠାରେ ସେଭଳି ପରିସ୍ଥିତି ନାହିଁ । ସେପଟେ ହାତୀ ଆତଙ୍କ ଦେଖି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜୋନ୍‌-୧ ଏସିପି, ଜଗତପୁର ପୋଲିସ ସହ ଦୁଇ ପ୍ଲାଟୁନରୁ ଅଧିକ ପୋଲିସ ମୁତୟନ କରାଯାଇଛି । ହାତୀ ନିକଟକୁ ନଯିବାକୁ ଲୋକମାନଙ୍କୁ ସଚେତନ କରାଯାଉଛି ।

Related Articles

Back to top button