ଆସୁଛି ପ୍ରଳୟଙ୍କରୀ ବାତ୍ୟା ‘ରେମାଲ’

ମେ’ ମାସ ଶେଷରେ ଏକ ପ୍ରଳୟଙ୍କରୀ ବାତ୍ୟା ଦେଖିପାରେ ଭାରତ । ଚଳିତ ମାସର ଶେଷ ଆଡ଼କୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହି ଘୂର୍ଣ୍ଣିବଳୟକୁ ନେଇ ଗ୍ଲୋବାଲ ଏଜେନ୍ସି ତରଫରୁ ସୂଚନା ଦିଆଯାଇଛି । ତେବେ ଓଡ଼ିଶା ପାଇଁ ଏହାର ପ୍ରଭାବ କିପରି ରହିବ, ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରିନାହିଁ । ଆସନ୍ତା ୨୩ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରରେ ଏକ ନିମ୍ନ ଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହି ଅବପାତ ମେ’ ୨୪ ତାରିଖରୁ ୩୦ ତାରିଖ ମଧ୍ୟରେ ତୀବ୍ର ହେବା ନେଇ ମଧ୍ୟ ଆକଳନ କରାଯାଉଛି ।

ରିପୋର୍ଟ ଅନୁସାରେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଏହି ନିମ୍ନ ଚାପ ମଡେଲ ଆଗାମୀ ଦିନରେ ଆହୁରି ତୀବ୍ର ରୂପ ନେଇପାରେ । ସପ୍ତାହର ଶେଷ ଭାଗରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ । ତେବେ ଏହି ବାତ୍ୟାର ନାମ ‘ରେମାଲ’ ରଖାଯାଇଥିବା ବେଳେ ଏହା ଖୁବ ପ୍ରଳୟଙ୍କରୀ ହୋଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ଆଉ ମାତ୍ର କିଛି ଦିନ ପରେ ଏକ ବାତ୍ୟାର ସାମ୍ନା କରିବାକୁ ଯାଉଛି ଓଡିଶା । ଖରାଦିନରେ ବି ବାତ୍ୟା ହେବ ବୋଲି କେହି ବୋଧ ହୁଏ କଳ୍ପନା କରିନଥିବେ । କିନ୍ତୁ ବାସ୍ତବରେ କିଛି ଏମିତି ହେବାକୁ ଯାଉଛି । ଯେଉଁଥିପାଇଁ ଏବେଠୁ ଚିନ୍ତାରେ ପଡିଗଲେଣି ଓଡିଶାବାସୀ । ଶେଷ ଥର ୨୦୨୧ ମସିହାରେ ଓଡିଶାକୁ ବାତ୍ୟା ଜଓାଦ ତାର ଛାପ ଛାଡି ଯାଇଥିଲା । ଆଉ ୩ ବର୍ଷ ପରେ ଏବେ ରାଜ୍ୟ ପୁଣି ଏକ ବାତ୍ୟାର ସମ୍ମୁଖୀନ ହେବାକୁ ଯାଉଛି । ମେ ୨୩ ତାରିଖ ବେଳକୁ ପଶ୍ଚିମବଙ୍ଗ ଉପକୂଳରେ ଏକ ବାତ୍ୟା ସୃଷ୍ଟି ହେବା ନେଇ ଅନୁମାନ କରାଯାଇଛି ।

ମୁମ୍ବାଇ ନାଓକାଷ୍ଟ ହିସାବରେ, ୨୩ରୁ ୨୭ ମେ ମଧ୍ୟରେ ଓଡିଶା, ମହାରଷ୍ଟ୍ର ଓ ଗୁଜୁରାଟ ଉପରେ ବାତ୍ୟାର ପ୍ରଭାବ ପଡିପାରେ । ଏହାବ୍ୟତୀତ ୨୮ ମେ ବେଳକୁ ଗୁଜୁରାଟ ଓ ମୁମ୍ବାଇରେ ହୋଇପାରେ ପ୍ରବଳ ବର୍ଷା । କହିରଖିବୁ କି, ବିଭାଗ ଆହୁରି ମଧ୍ୟ କହିଛି ଯେ, ଚଳିତ ବର୍ଷ ମୌସୁମୀ ୩୧ ମେ ବେଳକୁ କେରଳ ଛୁଇଁପାରେ । ଉତରପ୍ରଦେଶରେ ଜୁନ ୨୦ ବେଳକୁ ଛୁଇଁପାରେ ମୌସୁମୀ । ତେବେ ୨୩ ରୁ ୨୭ ମେ ବେଳକୁ ଓଡିଶାରେ ଯେ କଣ ହେବ ତାହା ଏବେଠୁ ତ କହିହେବ ନାହିଁ । କିନ୍ତୁ ବାତ୍ୟା ନାଁ ଶୁଣିବା ମାତ୍ରେ ଥରି ଉଠନ୍ତି ଉପକୂଳବାସୀ । କାରଣ ପୂର୍ବରୁ ଯେତିକି ବାତ୍ୟା ଆସିଛି ତେଣିକି ସେ ଫନି ହେଉ କି ହୁଡହୁଡ ବହୁତ କିଛି ଛାରଖାର କରି ଚାଲି ଯାଇଛି । ଆଜି ବି ଓଡିଶାବାସୀ ସେସବୁକୁ ନିଜ ମନରୁ ପାସୋରି ନାହାନ୍ତି । ଆଉ ଏବେ ପୁଣି ସମ୍ଭାବ୍ୟ ବାତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଲେ ଏବେ କେବଳ ଦେଖିବାର କଥା ଏହା ଯେ, ଆଗକୁ ବାତ୍ୟା ରେମାଲର ରୂପରେଖ କଣ ରହୁଛି ।

Related Articles

Back to top button