ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ ୬୯.୧୬% ହୋଇଛି ମତଦାନ

୨୦୨୪ ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ ୬୯.୧୬% ମତଦାନ ହୋଇଛି। ନିର୍ବାଚନର ସଂଶୋଧିତ ତଥ୍ୟ ଜାରି କରି ନିର୍ବାଚନ ଆୟୋଗ ଆଜି କହିଛନ୍ତି ଯେ ୬୯.୫୮% ପୁରୁଷ ମତଦାନ ହୋଇଥିବା ବେଳେ ମହିଳା ମତଦାନ ୬୮.୭୬ ପ୍ରତିଶତ ରହିଛି। ତୃତୀୟ ଲିଙ୍ଗ ମତଦାନ ହାର ୩୪.୨୩% ଥିଲା। ଏହି ପର୍ଯ୍ୟାୟରେ ୯ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଲୋକସଭା ଆସନରେ ମତଦାନ ହୋଇଥିଲା।ଚତୁର୍ଥ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶର ୨୫ଟି, ତେଲେଙ୍ଗାନାର ୧୭ଟି, ଉତ୍ତରପ୍ରଦେଶର ୧୩ଟି, ମହାରାଷ୍ଟ୍ରର ୧୧ଟି, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ୮ଟି ଲେଖାଏଁ ଆସନ, ବିହାରର ୫ଟି, ଝାଡ଼ଖଣ୍ଡ ଓ ଓଡ଼ିଶାର ୪ଟି ଲେଖାଏଁ ଆସନ ସହ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ଗୋଟିଏ ଆସନରେ ମୋଟ ୧ ହଜାର ୭୧୭ ଜଣ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଛନ୍ତି।

Related Articles

Back to top button