ସଡକ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ପରଲୋକ

ମୁମ୍ବାଇ: ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ବ୍ୟବସାୟୀ ସାଇରସ ମିସ୍ତ୍ରୀଙ୍କ ଏକ ସଡକ ଦୁର୍ଘଟଣାରେ ପରଲୋକ ଘଟିଛି। ମୃତୁ୍‌ୟ ବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା। ସେ କାର୍‌ରେ ଗୁଜରାଟରୁ ମୁମ୍ବାଇ ଫେରୁଥିବାବେଳେ ମୁମ୍ବାଇର ପାଲଘର ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ତାଙ୍କ କାର୍‌ ଏକ ଡିଭାଇଡର୍‌ରେ ପିଟି ହୋଇଯାଇଥିଲା। ସାଇରସ୍‌ଙ୍କ ମୃତ୍ୟୁକୁ ପାଲଘର ଏସପି ନିଶ୍ଚିତ କରିଛନ୍ତି।
ସୂଚନାଯୋଗ୍ୟ, ଦୀର୍ଘ ଦିନ ଧରି ରତନ ଟାଟା ଏବଂ ସାଇରସ ମିସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଡିସେମ୍ବର ୨୦୧୨ରେ, ସାଇରସ ମିସ୍ତ୍ରୀଙ୍କୁ ରତନ ଟାଟା ଦ୍ୱାରା ଟାଟା ଗ୍ରୁପର ଚେୟାରମ୍ୟାନ କରାଯାଇଥିଲା। ୨୦୧୬ରେ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଥିଲା। ଏହି ପଦବୀରୁ ହଠାତ୍‌ ହଟାଯିବା ହେତୁ ସେ କୋର୍ଟର ଆଶ୍ରୟ ନେଇଥିଲେ। ସେ ନ୍ୟାଶନାଲ କମ୍ପାନୀ ଆଇନ ଟ୍ରିବ୍ୟୁନାଲକୁ ଯାଇଥିଲେ। ଏଠାରେ ତାଙ୍କ ସପକ୍ଷରେ ନିଷ୍ପତ୍ତି ନିଆଯାଇଥିଲା। ତେବେ ଏହି ନିଷ୍ପତ୍ତି ପରେ ରତନ ଟାଟା ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ।

Related Articles

Back to top button