ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ଅସୁସ୍ଥ

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳି ଦଳର ବରିଷ୍ଠ ନେତା ପ୍ରକାଶ ସିଂ ବାଦଲ ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କୁ ଚଣ୍ଡିଗଡ଼ ସ୍ଥିତ ପିଜିଆଇରେ ଭର୍ତ୍ତି କରାଯାଇଛି । ସେଠାରେ ଡାକ୍ତରଙ୍କର ଏକ ଟିମ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । କୁହାଯାଉଛି କି ତାଙ୍କୁ ସାମାନ୍ୟ ଜ୍ୱର ହେବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଡାକ୍ତରଙ୍କ ସୂଚନା ଅନୁଯାୟୀ, ଗତ ୨-୩ ଦିନ ହେବ ତାଙ୍କୁ ହାଲକା ଜ୍ୱର ଆସୁଛି । ପ୍ରକାଶ ସିଂ ବାଦଲଙ୍କ ବୟସ ପ୍ରାୟ ୯୪ ବର୍ଷ ହୋଇଥିବା ବେଳେ ବାର୍ଦ୍ଧକ୍ୟ ଯୋଗୁ ବି ସେ ଅସୁସ୍ଥ ହୋଇ ପଡୁଛନ୍ତି ।

Related Articles

Back to top button