
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହାୟକ ବିଭବ କୁମାର ଗିରଫ
ଆପ୍ ସାଂସଦ ସ୍ୱାତୀ ମାଲିଓ୍ଵାଲଙ୍କୁ ଆକ୍ରମଣ ମାମଲାରେ ଦିଲ୍ଲୀ ପୁଲିସ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହାୟକ ବିଭବ କୁମାରଙ୍କୁ ଗିରଫ କରିଛି। ଏହା ପୂର୍ବରୁ ଶ୍ରୀମତୀ ମାଲିୱାଲ ଚଳିତ ମାସ ୧୩ ତାରିଖରେ କେଜ୍ରିୱାଲଙ୍କ ବାସଭବନରେ ନିର୍ଯାତନା ଅଭିଯୋଗ କରି ବିଭବ କୁମାରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହି ଘଟଣା ଘଟିବା ଦିନ ସେ ବେଆଇନ ଭାବେ ମୁଖ୍ୟମନ୍ତ୍ରୀଙ୍କ ଘରେ ପ୍ରବେଶ କରିଥିଲେ ବୋଲି ବିଭବ କୁମାର ମାଲିୱାଲଙ୍କ ବିରୋଧରେ ପାଲଟା ଅଭିଯୋଗ ମଧ୍ୟ କରିଥିଲେ।ଗିରଫ ପୂର୍ବରୁ ଦିଲ୍ଲୀ ପୁଲିସ ବିଭବ କୁମାରଙ୍କୁ ସିଭିଲ ଲାଇନ୍ସ ଥାନାରେ ଅଟକ ରଖି ପଚରାଉଚୁରା କରିବା ପରେ ଗିରଫ କରିଥିଲା।