ପତ୍ନୀଙ୍କୁ ଭେଟିବାକୁ ମନୀଷ ସିଶୋଦିଆଙ୍କୁ ଦିଲ୍ଲୀ କୋର୍ଟ ଅନୁମତି ଦେଇଛନ୍ତି

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆଙ୍କୁ ଦିଲ୍ଲୀ କୋର୍ଟ ତାଙ୍କ ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦେଇଛନ୍ତି । କୋର୍ଟଙ୍କୁ ଅନୁମତି ମୁତାବକ ସିଶୋଦିଆ ଶନିବାର ସକାଳ ୧୦ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ନିଜ ପତ୍ନୀଙ୍କୁ ଭେଟିପାରିବେ । ହେଲେ ଏହି ଭେଟ ସମୟରେ ମନୀଷ ସିଶୋଦିଆ କୌଣସି ଗଣମାଧ୍ୟମ ସହ କଥା ହୋଇପାରିବେ ନାହିଁ ବୋଲି କୋର୍ଟ ଆଦେଶ ଦେଇଛନ୍ତି ।

ଦିଲ୍ଲୀର ରାୱଜ ଏଭିନ୍ୟୁ କୋର୍ଟ କହିଛନ୍ତି କି, ସିଶୋଦିଆ ତାଙ୍କ ପତ୍ନୀଙ୍କୁ ଭେଟିବାକୁ ଯିବା ସମୟରେ ଗଣମାଧ୍ୟମ ସହ କଥା ହୋଇପାରିବେ ନାହିଁ କି, କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ନାହିଁ ।

ସୂଚନା ଥାଉ କି, ଦିଲ୍ଲୀ ଅବକାରୀ ନୀତି ମାମଲାରେ ମନୀଷ ସିଶୋଦିଆଙ୍କୁ ଫେବୃଆରୀ ୨୬ ତାରିଖରେ ସିବିଆଇ ଗିରଫ କରିଥିଲା । ସେବେଠାରୁ ସେ ଜେଲରେ ରହିଛନ୍ତି । ସେ ବାରମ୍ବାର ତାଙ୍କ ରୋଗାଗ୍ରସ୍ତ ପତ୍ନୀଙ୍କୁ ଭେଟିବାକୁ କୋର୍ଟଙ୍କୁ ଅନୁମତି ମାଗୁଥିଲେ ।

Related Articles

Back to top button