ଦିଲ୍ଲୀ ମଦ ଦୁର୍ନୀତିର କୋଡ୍‌ ନାମ “ଘିଅ ଟିଣ”

ଦିଲ୍ଲୀ ମାଣ୍ଡୋଲି ଜେଲରେ ରହୁଥିବା ସୁକେଶ ଚନ୍ଦ୍ରଶେଖର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିବା ଦିଲ୍ଲୀ ମଦ ଦୁର୍ନୀତି ମାମଲାର ଅନୁସନ୍ଧାନରେ ତାଙ୍କର ହସ୍ତକ୍ଷେପ ଲୋଡି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି।200 କୋଟି ଟଙ୍କା ଚୋରା ଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରଶେଖର ତାଙ୍କ ସହ ଜଡିତ ଥିବା ହ୍ୱାଟସ୍ ଆପ୍ ବାର୍ତ୍ତାଳାପର ସ୍କ୍ରିନସଟ୍ ନିଆଯାଇଛି । ଚନ୍ଦ୍ରଶେଖରଙ୍କ ଅଭିଯୋଗ ଅନୁଯାୟୀ ଏହି ଚାଟ୍ ଗୁଡିକ “ଘିଅ ଟିଣ” ଥିଲା ଦିଲ୍ଲୀ ମଦ ଦୁର୍ନୀତିର କୋଡ୍‌ ନାମ, ଗୋଟେ ଡବା କୋଟିଏ ଟଙ୍କା ସବିଶେଷ ବିବରଣୀ ଦେଇଛନ୍ତି।

ସେ ଦାବି କରିଛନ୍ତି ଯେ କବିତାଙ୍କ ନିର୍ଦ୍ଦେଶ ଅନୁଯାୟୀ ହାଇଦ୍ରାବାଦରେ ଥିବା ତାଙ୍କ କର୍ମଚାରୀଙ୍କ ଦ୍ୱାରା ଏହି ନଗଦ ଟଙ୍କା ସଂଗ୍ରହ କରାଯାଇ ପରେ ଦିଲ୍ଲୀ ଏବଂ ଗୋଆକୁ ସ୍ଥାନାନ୍ତର କରାଯାଇଥିଲା।ସେ କହିଛନ୍ତି ଯେ ଏହି ବାର୍ତ୍ତାଳାପରେ କବିତା ଏବଂ କେଜ୍ରିୱାଲଙ୍କ ସମ୍ପୃକ୍ତିର ଯଥେଷ୍ଟ ପ୍ରମାଣ ରହିଛି।

ତାଙ୍କ ଅଭିଯୋଗରେ ଚନ୍ଦ୍ରଶେଖର ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଏବଂ ଅରବିନ୍ଦ କେଜ୍ରିୱାଲ, ସତ୍ୟେନ୍ଦ୍ର ଜୈନ, ମନୀଷ ସିସୋଦିଆ, କୈଳାସ ଗହଲୋଟ ଏବଂ କେ କବିତାଙ୍କ ନେତୃତ୍ୱରେ ସମ୍ପୃକ୍ତ AAP ସିଣ୍ଡିକେଟ୍ ସମ୍ବନ୍ଧରେ ଅତିରିକ୍ତ ପ୍ରମାଣ ପ୍ରଦାନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

Related Articles

Back to top button