ପଛ ସିଟ ବେଲ୍ଟ ନ ବାନ୍ଧି ଦିଲ୍ଲୀରେ ୧୭ ଚାଲାଣ କଟିଲା

ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀ ଟ୍ରାଫିକ ପୋଲିସ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି। ଯେଉଁମାନେ କାରର ପଛ ସିଟ୍ ବେଲ୍ଟ ବାନ୍ଧିବା ନିୟମ ଉଲ୍ଲଙ୍ଘନ କରିଛନ୍ତି  ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ପଛ ସିଟ୍ ବେଲ୍ଟ ପିନ୍ଧିବା ନିୟମକୁ ଉଲ୍ଲଙ୍ଘନ କରିବା ମାମଲାରେ ଟ୍ରାଫିକ୍ ପୋଲିସ ୧୭ଜଣଙ୍କ ବିରୋଧରେ ଚାଲାନ କାଟିଛି। ପୋଲିସ ସୂଚନା ଅନୁଯାୟୀ ବାରାଖାମ୍ବା ରୋଡ ନିକଟସ୍ଥ କନୋଟ ପ୍ଲେସରେ ସ୍ୱତନ୍ତ୍ର ଡ୍ରାଇଭ କରି ଏପରି ପଦକ୍ଷେପ ନିଆଯାଇଛି।

ସେପଟେ କାରର ପଛ ସିଟ୍ ବେଲ୍ଟ ପିନ୍ଧିବା ଉପରେ ଦିଲ୍ଲୀ ଟ୍ରାଫିକ୍ ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ଏନେଇ ଏକ ଅଭିଯାନ ମଧ୍ୟ କରାଯାଇଛି। ଯେଉଁମାନେ ନିୟମ ଭାଙ୍ଗୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଟ୍ରାଫିକ ସ୍ପେସିଆଲ ପୋଲିସ କମିଶନର ସୁରେନ୍ଦ୍ର ସିଂହ ଯାଦବ କହିଛନ୍ତି।

ସୂଚନା ଥାଉକି ଅହମ୍ମଦାବାଦରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ସମୟରେ ପାଲଘର ନିକଟରେ ସାଇରସ ମିସ୍ତ୍ରୀଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ତାଙ୍କ ସହିତ ଥିବା ଜାହାଙ୍ଗୀର ପାଣ୍ଡୋଲେଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ସେପଟେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କାରର ପଛ ସିଟ୍ ବେଲ୍ଟ ପିନ୍ଧିବା ଯାତ୍ରୀଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସୂଚନା ଦେଇଥିଲେ।

Related Articles

Back to top button