ବାଇଡେନଙ୍କ ସରକାରରେ ୧୩୦ ଜଣ ଭାରତୀୟ ନିଯୁକ୍ତ

ଓ୍ବାଶିଂଟନ : ଆମେରିକା ସରକାର ଭାରତୀୟମାନଙ୍କର ବୌଦ୍ଧିକ ଏବଂ ପ୍ରଶାସନିକ ଦକ୍ଷତାକୁ ଭଲ ଭାବେ ବୁଝିଛନ୍ତି। ସେଥିପାଇଁ ରାଷ୍ଟ୍ରପତି ଜୋ ବାଇଡେନ ଏପର୍ଯ୍ୟନ୍ତ ତାଙ୍କ ଶାସନରେ ୧୩୦ ଜଣ ଭାରତୀୟଙ୍କୁ ନିଯୁକ୍ତ କରିଛନ୍ତି। ଭାରତୀୟ ମୂଳ ଜନସଂଖ୍ୟା ଆମେରିକୀୟ ଜନସଂଖ୍ୟାର ମାତ୍ର ଏକ ପ୍ରତିଶତ, କିନ୍ତୁ ଆମେରିକୀୟ ପ୍ରଶାସନରେ ସେମାନଙ୍କର ପ୍ରତିନିଧିତ୍ୱ ଏବଂ ହସ୍ତକ୍ଷେପ ଗୁରୁତ୍ୱପୂର୍ଣ୍ଣ ରହିଛି।

ଆମେରିକାର କ୍ୟାପିଟୋଲରେ ଆଜାଦି କା ଅମୃତ ମହୋତ୍ସବ ଅନ୍ତର୍ଗତ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାଇଡେନ ପ୍ରଶାସନର ପ୍ରତିନିଧିତ୍ୱ କରି ରାଜ ପଞ୍ଜାବୀ ଭାରତୀୟମାନଙ୍କୁ ସମ୍ବୋଧିତ କରିବାବେଳେ ଏହା କହିଥିଲେ। ରାଜ ପଞ୍ଜାବୀ ହ୍ବଇଟ ହାଉସର ଜାତୀୟ ସୁରକ୍ଷା ପରିଷଦରେ ଗ୍ଲୋବାଲ ହେଲଥ ସିକ୍ୟୁରିଟି ଏବଂ ବାୟୋଡିଫେନ୍ସର ବରିଷ୍ଠ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରନ୍ତି। ଏହି ଅବସରରେ ସେ ଆମେରିକା ସରକାରଙ୍କ ଶୀର୍ଷ ପଦବୀରେ ନିଯୁକ୍ତ ଭାରତୀୟ-ଆମେରିକୀୟଙ୍କ ତାଲିକା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପଞ୍ଜାବୀ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ବାଇଡେନ ତାଙ୍କ ପ୍ରଶାସନରେ ୧୩୦ ଜଣ ଭାରତୀୟ-ଆମେରିକୀୟଙ୍କୁ ନିଯୁକ୍ତ କରିଛନ୍ତି। ଏହା ଗର୍ବର ବିଷୟ ।

Related Articles

Back to top button