ଦିଲ୍ଲୀରେ ବୃଦ୍ଧି ପାଇଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଦିନକୁ ଦିନ ବୃଦ୍ଧି ପାଇବାରେ ଲଗିଛି ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା । ତିନି ଦିନ ପୂର୍ବେ ପ୍ରଥମଥର ପାଇଁ ଦିଲ୍ଲୀର ବାୟୁର ଗୁଣବତ୍ତା ସ୍ଥର ଭଲ ଥିଲା। କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ (ସିପିସିବି) ସୂଚନା ଅନୁସାରେ, ସୋମବାର ସହରର ସମଗ୍ର ବାୟୁର ଗୁଣବତ୍ତା ସୂଚନାଙ୍କ (ଏକ୍ୟୁଆଇ) ୧୮୨ ରହିଛି । ସେହିପରି ରବିବାର ୧୧୯, ଶନିବାର ୭୦ ଏବଂ ଶୁକ୍ରବାର ୪୭ ରହିଥିଲା।

ଆନ୍ଦଜ ବିହାରରେ ଏକ୍ୟୁଆଇ ୪୦୫ ଥିଲା। ଅର୍ଥାତ ଏହା ସାଙ୍ଘାତିକ ସ୍ଥରକୁ ପହଞ୍ଚିଛି । ଜଳବାୟୁ ପରିବର୍ତ୍ତନ ଏବଂ ପାଣିପାଗ ବିଭାଗର ଉପାଧ୍ୟକ୍ଷ ମହେଶ ପଲାବତଙ୍କ କହିବା ଅନୁଯାୟୀ, ପୂର୍ବ ଓ ପଶ୍ଚିମ ଦିଗରୁ ବହୁଥିବା ପବନ ଯୋଗୁଁ ସ୍ଥାନୀୟ ପ୍ରଦୂଷଣ ବିସ୍ତାର ହୋଇନାହିଁ। ପବନର ବେଗ ଧିର ଥିବାରୁ ସକାଳେ ପ୍ରଦୂଷଣର ମାତ୍ରା ହାଲୁକା ବୃଦ୍ଧି ପାଇଛି।

ଦିଲ୍ଲୀ ଏନସିଆର ପାଇଁ ଚେତାବନୀ। ମଙ୍ଗଳବାର ବାୟୁର ଗୁଣବତ୍ତା ମଧ୍ୟମରୁ ଖରାପ ସ୍ତରରେ ଗତି କରିବ। ସେହିପରି ବୁଧବାର ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ତରରେ ଗତି କରିବାର ଆଶଙ୍କା ରହିଛି। ସୂଚନା ଥାଉ, ଯଦି ବାୟୁର ଗୁଣବତ୍ତା ଶୂନରୁ ୫୦ ମଧ୍ୟରେ ଏକ୍ୟୁଆଇ ଥାଏ ତେବେ ବାୟୁର ଗୁଣବତ୍ତା ସର୍ବୋତ୍ତମ ଥାଏ। ସେହିପରି ୫୧ ରୁ ୧୦୦ ଥିଲେ ସନ୍ତୋଷଜନକ କହିପାରିବ। ୧୦୧ ରୁ ୨୦୦ ମଧ୍ୟରେ ଥିଲେ ବାୟୁର ଗୁଣବତ୍ତା ମଧ୍ୟମ ରହିବ।

ଯଦି ବାୟୁର ଗୁଣବତ୍ତା ୨୦୧ ରୁ ୩୦୦ ପାରାମିଟର ମଧ୍ୟରେ ଥାଏ ତେବେ ଏକ୍ୟୁଆଇ ହିସାବରେ ଖରାପ କହିବା । ଯଦି ବାୟୁର ଗୁଣବତ୍ତା ୩୦୧ ରୁ ୪୦୦ ମଧ୍ୟରେ ଥାଏ ତେବେ ବାୟୁର ପ୍ରଦୂଷଣ ମାତ୍ରା ବହୁତ ଖରାପ ବୋଲି କହିପାରିବା । ଏୟାର କ୍ୱାଲିଟି ଇଣ୍ଡେକ୍ସରେ ୪୦୧ ରୁ ୫୦୦ ସ୍ତରକୁ ଛୁଇଁବ, ତେବେ ବାୟୁର ଗୁଣବତ୍ତା ସାଙ୍ଘାତିକ ସ୍ଥରକୁ ପହଞ୍ଚିବ।

Related Articles

Back to top button