ଦାଦାବଟି ରୋକିବାକୁ ହେଲ୍ପ ଲାଇନ ନମ୍ବର ଜାରି କଲା ପୋଲିସ

ଭୁବନେଶ୍ୱର: ଆସିଲା ପାର୍ବଣ ଋତୁ। ପାର୍ବଣରେ ଅପରାଧକୁ ରୋକିବା ପାଇଁ ଭୁବନେଶ୍ୱର ପୋଲିସର ତତ୍ପରତା। ଏଣିକି ଦାଦାବଟି ମାଗିଲେ ହ୍ୱାଟସଆପ୍ ନମ୍ବରରେ ସୂଚନା ଦେବାକୁ ପରାମର୍ଶ ଦେଲେ ଟ୍ୱିନ-ସିଟି କମିଶନର। ନିଶାଖୋର ଏବଂ ବିଭିନ୍ନ ଗଳିକନ୍ଦିରେ ଅପରାଧ ଘଟୁଥିବା ଦେଖିଲେ ତୁରନ୍ତ ପୋଲିସକୁ ଜଣାଇବେ ବୋଲି ସହରବାସୀଙ୍କୁ ଅପିଲ୍ କଲେ ଭୁବନେଶ୍ୱର ଡିସିପି।

ପାର୍ବଣରେ ଅପରାଧ ମାମଲା ବଢିଯାଏ। ଦାବାବଟି, ଡ୍ରଗ୍ସ କାରବାର ଭଳି ଅନେକ ଅପରାଧ ସାମ୍ନାକୁ ଆସିଥାଏ। ପୂଜା ପୂର୍ବରୁ ଏସବୁକୁ ରୋକିବାକୁ ପଦକ୍ଷେପ ଗ୍ରହଣ କରିଛି ଭୁବନେଶ୍ୱର କମିଶନର। ତେବେ ଜାରି ହୋଇଥିଲା ହ୍ୱାଟସଆପ୍ ନମ୍ବର ହେଉଛି ‘୭୦୭୭୭୯୮୧୧୧’। ଯଦି ପାର୍ବଣ ବେଳେ କୌଣସି ସ୍ଥାନରେ ଦାଦାବଟି ଦେଖୁଛନ୍ତି, ତେବେ ଏହି ହ୍ୱାଟସଆପ୍ ନମ୍ବରେ ମେସେଜି କରିବା ପାଇଁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସୂଚନାଥାଉକି, କମିଶନର ପୋଲିସର ଚାଲିଥିବା ଅପରେସନ୍ ‘ଦାଦାବଟିକୁ ନା’ଅନୁଯାୟୀ, ବେଆଇନ ଭାବେ ଟଙ୍କା ଆଦାୟ କରିବା ବା ଦାଦାବଟି ମାଗିବା ଅଭିଯୋଗରେ ଜାନୁଆରୀଠାରୁ ଏପର୍ଯ୍ୟନ୍ତ ପୋଲିସ ୩୩ ଜଣଙ୍କୁ ଗିରଫ କରିଛି। ଏନେଇ ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ସେପ୍ଟେମ୍ବରରେ ୮ ଟି ମାମଲାରେ ୧୩ ଜଣଙ୍କୁ ଗିରଫ କରାଯାଇଛି।

Related Articles

Back to top button