ଜ୍ଞାନବ୍ୟାପୀରେ ବ୍ୟାସଙ୍କର ତେହଖାନାରେ ପୂଜା-ଅର୍ଚ୍ଚନା ପରେ ଶ୍ରଦ୍ଧାଳୁମାନେ କରିଛନ୍ତି ଦର୍ଶନ

ଜ୍ଞାନବ୍ୟାପୀରେ ବ୍ୟାସଙ୍କର ତେହଖାନାରେ ପୂଜା-ଅର୍ଚ୍ଚନା ପରେ ସାଧାରଣ ଭାବେ ଶ୍ରଦ୍ଧାଳୁମାନେ ପୋଲିସ ଉପସ୍ଥିତିରେ ଦର୍ଶନ କରିଛନ୍ତି । ସେହିପରି ଏହି ମାମଲାକୁ ନେଇ ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ଯେ, ଜ୍ଞାନବ୍ୟାପୀ ମାମଲାରେ ଏହା ଏକ ବଡ଼ ଘଟଣା ଘଟିଛି। ପୂର୍ବରୁ ବ୍ୟାସଙ୍କ ତେହଖାନାରେ ପୂଜା ହେଉଥିଲା । ନଭେମ୍ବର ୧୯୯୩ ମସିହା ପରେ ଏହାକୁ ବିନା ଲେଖାପଢାରେ ବନ୍ଦ କରାଯାଇଥିଲା ଏବଂ ଏହା ଚାରିପାଖରେ ବ୍ୟାରିକେଡସ୍ ଲଗାଯାଇଥିଲା । ଗତକାଲି ବ୍ୟାସଙ୍କୁ ତେହଖାନାରେ ପୂଜା କରାଯାଇଥିଲା ।

ଜ୍ଞାନବ୍ୟାପୀ ପରିସର ସ୍ଥିତ ବ୍ୟାସଙ୍କର ତେହଖାନାରେ ଆଜି ସଂଧ୍ୟାରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଛି । ତେହଖାନା ବାହାରେ ଲୁହାର ଗ୍ରିଲ ଲଗାଯାଇ ଶ୍ରଦ୍ଧାଳୁମାନେ ଦର୍ଶନ ଏବଂ ପୂଜା କରିବା ପାଇଁ ପ୍ରସ୍ତୁତି ଚାଲିଥିଲା । ମିଳିଥିବା ସୂଚନା ଅନୁଯାୟୀ, ଆଜି ସଂଧ୍ୟାରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ମିଳିଛି । ହେଲେ ବର୍ତ୍ତମାନ ସାଧାରଣ ଶ୍ରଦ୍ଧାଳୁମାନେ ପୂଜା କରିପାରିବେ ନାହିଁ । ସବୁଦିନ ସକାଳୁ ମଙ୍ଗଳ ଆରତୀ ଠାରୁ ଆରମ୍ଭ କରି ରାତିରେ ଶୟନ ଆରତୀ ପର୍ଯ୍ୟନ୍ତ ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରିପାରିବେ ।

Related Articles

Back to top button