ବିମାନ ଯାତ୍ରା ନିୟମରେ ଡିଜିସିଏ ପକ୍ଷରୁ ପରିବର୍ତ୍ତନ: ଦିବ୍ୟାଙ୍ଗ ବ୍ୟକ୍ତି ବିମାନଯାତ୍ରା କରିବା ନେଇ ଡାକ୍ତର ସ୍ଥିର କରି​‌ବେ

ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ବିମାନ ଯାତ୍ରା ସମ୍ବନ୍ଧରେ ଡିଜିସିଏ ଏକ ନୂତନ ନିର୍ଦ୍ଦେଶ ଜାରି କରିଛି। ଏହି ନିର୍ଦେଶ ଅନୁଯାୟୀ କିଛି ନିର୍ଦିଷ୍ଟ ଲୋକ ଏଣିକି ବିମାନ ଯୋଗେ ଯାତ୍ରା କରିପାରିବେ ନାହିଁ।

ଡିଜିସିଏ ପକ୍ଷରୁ ବିମାନ ଯାତ୍ରା ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ନୂତନ ଆଦେଶ ଅନୁଯାୟୀ, କୌଣସି ଦିବ୍ୟାଙ୍ଗ ବ୍ୟକ୍ତି ବିମାନ ଯୋଗେ ଯାତ୍ରା କରିବାକୁ ସକ୍ଷମ କି ନାହିଁ, ଏହା ବିମାନ କମ୍ପାନୀଗୁଡିକ ସ୍ଥିର କରିବେ ନାହିଁ, ବରଂ ଡାକ୍ତର ଏହା ସ୍ଥିର କରି​‌ବେ।

ଏହି ଯାତ୍ରୀମାନେ କରିପାରିବେ ନାହିଁ ବିମାନ ଯାତ୍ରା:

ନୂଆ ନିୟମରେ ଡିଜିସିଏ ପକ୍ଷରୁ କୁହାଯାଇଛି ଯେ, କୌଣସି ଦିବ୍ୟାଙ୍ଗ ବ୍ୟକ୍ତି ବିମାନ ଯୋଗେ ଯାତ୍ରା କରିବାକୁ ସକ୍ଷମ କି ନାହିଁ, ଏହା ବିମାନ କମ୍ପାନୀଗୁଡିକ ସ୍ଥିର କରିବେ ନାହିଁ, ବରଂ ଡାକ୍ତର ଏହା ସ୍ଥିର କରି​‌ବେ। ଯଦି ଡାକ୍ତର କୌଣସି ଯାତ୍ରୀଙ୍କୁ ବିମାନରେ ଯିବା ପାଇଁ ଅକ୍ଷମ ବୋଲି କୁହନ୍ତି, ତେବେ ସେହି ଯାତ୍ରୀ ଯାତ୍ରା କରିପାରିବେ ନାହିଁ। ଅର୍ଥାତ୍ ଡାକ୍ତର ନ କହିବା ପୂର୍ବରୁ ବର୍ତ୍ତମାନ ବିମାନ କମ୍ପାନୀ ଜଣେ ଯାତ୍ରୀଙ୍କୁ ଯାତ୍ରା କରିବାରେ ଅଟକାଇ ପାରିବ ନାହିଁ। ଅନେକ ଥର ଏପରି ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀମାନଙ୍କୁ ଦୁର୍ବ୍ୟବହାର କରାଯାଇଛି ଓ ସେମାନଙ୍କୁ ବିମାନରେ ଚଢିବାକୁ ବାରଣ କରାଯାଇଛି।

କାହିଁକି ନିଆଗଲା ଏପରି ନିଷ୍ପତ୍ତି?

ଏହି ନିଷ୍ପତ୍ତି ସେହି ଘଟଣାକୁ ଦୃଷ୍ଟିରେ ରଖି ନିଆଯାଇଛି, ଯେତେବେଳେ ରାଞ୍ଚି ବିମାନବନ୍ଦରରେ ଥିବା ଏୟାରଲାଇନ କମ୍ପାନୀ ଜଣେ ଦିବ୍ୟାଙ୍ଗ ପିଲାକୁ ବିମାନରେ ଯିବାକୁ ଅନୁମତି ଦେଇନଥିଲେ। ଏହି ଘଟଣାର ସତ୍ୟତା ସାମ୍ନାକୁ ଆସିବା ପରେ ଏହାକୁ ଖୁବ୍‌ ବିରୋଧ ମଧ୍ୟ କରାଯାଇଥିଲା। ଏହାପରେ ଇଣ୍ଡିଗୋର ଏହି କାର୍ଯ୍ୟ ଉପରେ କଠୋରତା ଦେଖାଇ ଡିଜିସିଏ ୫ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲଗାଇଥିଲା। ଏହାପରେ ଡିଜିସିଏ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି।

Related Articles

Back to top button