ଗତ ବର୍ଷ ତୁଳନାରେ ୨୮% ଅଧିକ ଜିଏସଟି ଏ ବର୍ଷ ଆଦାୟ ହୋଇଛି

ନୂଆଦିଲ୍ଲୀ :  ଗତ ବର୍ଷ ଅଗଷ୍ଟ ମାସ ତୁଳନାରେ ଏହି ବର୍ଷ ଜିଏସଟି ଆଦାୟ ୨୮% ଅଧିକ ହୋଇଛି  ।  ୨୦୨୨ ଅଗଷ୍ଟ ମାସରେ ସାମଗ୍ରିକ ଜିଏସଟି ରାଜସ୍ୱ ସଂଗ୍ରହ ୧,୪୩୬୧୨ କୋଟି ଟଙ୍କାରେ ପହଞ୍ଚିଛି  ।

୬ ମାସ ଧରି ୧.୪ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ମାସିକ ଜିଏସଟି ରାଜସ୍ଵ ସଂଗ୍ରହ ହୋଇଛି। ସେହିପରି ଅଗଷ୍ଟ ୨୦୨୨ରେ ଓଡ଼ିଶାରେ ୩୮୮୪ କୋଟି ଟଙ୍କାର ଜିଏସଟି ରାଜସ୍ଵ (ବସ୍ତୁ ଆମଦାନୀ ଉପରେ ଲାଗୁଥିବା ଜିଏସଟିକୁ ଛାଡ଼ି) ସଂଗ୍ରହ ହୋଇଛି। ଗତ ବର୍ଷ ତୁଳନାରେ ଏହି ସଂଗ୍ରହ ୨୮ ପ୍ରତିଶତ ବୃଦ୍ଧି ପାଇଛି। ଏଥି ସହିତ, ଯଦି ଜୁଲାଇ ମାସ ସହିତ ତୁଳନା କରାଯାଏ, ତେବେ ସଂଗ୍ରହରେ ୪ ପ୍ରତିଶତ ହ୍ରାସ ଘଟିଛି।

ଗୁରୁବାର ଦିନ ତଥ୍ୟ ପ୍ରକାଶ କରି ଅର୍ଥ ମନ୍ତ୍ରଣାଳୟ ଏହି ବିଷୟରେ ସୂଚନା ଦେଇଛି। ଗତ ବର୍ଷ ତୁଳନାରେ ଏହି ସଂଗ୍ରହ ୨୮ ପ୍ରତିଶତ ବୃଦ୍ଧି ପାଇଛି। ଏଥି ସହିତ, ଯଦି ଜୁଲାଇ ମାସ ସହିତ ତୁଳନା କରାଯାଏ, ତେବେ ସଂଗ୍ରହରେ ୪ ପ୍ରତିଶତ ହ୍ରାସ ଘଟିଛି। ଗୁରୁବାର ଦିନ ତଥ୍ୟ ପ୍ରକାଶ କରି ଅର୍ଥ ମନ୍ତ୍ରଣାଳୟ ଏହି ବିଷୟରେ ସୂଚନା ଦେଇଛନ୍ତି।

ଓଡ଼ିଶାରେ ଅଗଷ୍ଟ ୨୦୨୧ ତୁଳନାରେ ଅଗଷ୍ଟ ୨୦୨୨ରେ ୧୭% ଅଧିକ ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି । ଗତ ବର୍ଷ ଅଗଷ୍ଟ ମାସରେ ୩ହଜାର ୩୧୭ କୋଟି ଟଙ୍କାର ଜିଏସଟି ସଂଗୃହିତ ହୋଇଥିବା ବେଳେ  ଅଗଷ୍ଟ ୨୦୨୨ରେ ୩ ହଜାର ୮୮୪  କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଛି  ।

Related Articles

Back to top button