ଦରିଦ୍ରଙ୍କ ସହାୟତା ଲାଗି ୬୦୦ କୋଟିର ସମ୍ପତ୍ତି ଦାନ କରିଦେଲେ

ମୁରାଦାବାଦ: ଉତ୍ତରପ୍ରଦେଶର ମୁରାଦାବାଦରେ ରହୁଥିବା ସମାଜସେବୀ ତଥା ବ୍ୟବସାୟୀ ଡା. ଅରବିନ୍ଦ କୁମାର ଗୋୟଲ ନିଜର ସମସ୍ତ ସମ୍ପତ୍ତିକୁ ଦାନ କରିଛନ୍ତି। ସେ ତାଙ୍କ ୬୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ରାଜ୍ୟ ସରକାରଙ୍କୁ ଦାନ କରିଛନ୍ତି। ଏହାକୁ ଦରିଦ୍ର ଲୋକଙ୍କ ସହାୟତା ଲାଗି ବ୍ୟବହାର କରାଯିବ। ତେବେ ସେ କେବଳ ମୋରାଡ଼ାବାଦ ସିଭିଲ ଲାଇନ୍‌ରେ ଥିବା ଘରକୁ ନିଜ ପାଖରେ ରଖିଛନ୍ତି।

ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ ସମେତ ଅନେକ ରାଜ୍ୟରେ ୧୦୦ରୁ ଅଧିକ ଶିକ୍ଷାନୁଷ୍ଠାନ, ବୃଦ୍ଧାଶ୍ରମ ଏବଂ ଡାକ୍ତରଖାନାରେ ଟ୍ରଷ୍ଟି ଅଟନ୍ତି ଅରବିନ୍ଦ। ସେ କୋଭିଡ ଲକ୍‌ଡାଉନ ସମୟରେ ମୁରାଦାବାଦର ୫୦ ଗାଁକୁ ପାଳିତ ଭାବେ ଗ୍ରହଣ କରି ସମସ୍ତଙ୍କୁ ଖାଦ୍ୟ ଖୁଆଇଥିଲେ। ଏପରିକି ସମସ୍ତଙ୍କ ଲାଗି ଔଷଧର ବନ୍ଦୋବସ୍ତ କରିଥିଲେ। ତେବେ ୨୫ ବର୍ଷ ପୂର୍ବେ କରିଥିବା ସଙ୍କଳ୍ପ ସ୍ବରୂପ ସୋମବାର ରାତିରେ ସେ ସମ୍ପତ୍ତି ଦାନ କରିବା ଲାଗି ଘୋଷଣା କରିଥିଲେ। ଏଥିରେ ତାଙ୍କର ପରିବାରର ସମର୍ଥନ ଥିବା ଜଣାପଡ଼ିଛି।

ନିଜର ଏଭଳି ଦାନକୁ ନେଇ ସେ କହିଛନ୍ତି, ଏକଦା ଡିସେମ୍ବର ମାସରେ ଟ୍ରେନ୍‌ରେ ଯାଉଥିଲି। ସାମ୍ନାରେ ଜଣେ ଗରିବ ବ୍ୟକ୍ତି ଥଣ୍ଡାରେ ଥରୁଥିବା ନଜର ଆସିଥିଲେ। ତାଙ୍କ ପାଖରେ ଚାଦର ନ ଥିଲା, ପାଦରେ ଚପଲ ନ ଥିଲା। ତାଙ୍କୁ ଦେଖି ମୁଁ ରହି ପାରିଲି ନାହିଁ। ପାଦରୁ ଚପଲ କାଢ଼ି ଦେଇ ଦେଇଥିଲି। ହେଲେ ଶୀତରେ ମୁଁ ଥରି ଯାଇଥିଲି। ସେବେଠାରୁ ଗରିବ ଏବଂ ବେସାହାରା ବ୍ୟକ୍ତିଙ୍କ ସହାୟତା କରି ଆସୁଛି।

Related Articles

Back to top button