ମହିଳାମାନଙ୍କୁ ପେଟାର ଅନୁରୋଧ: ଯେଉଁ ପୁରୁଷ ମାଂସ ଖାଉଛନ୍ତି ତାଙ୍କ ସହିତ ସମ୍ପର୍କ ରଖନି

ନୂଆଦିଲ୍ଲୀ: ପଶପକ୍ଷୀଙ୍କ ଅଧିକାର ଏବଂ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ପେଟା ଆଜି ମହିଳାମାନଙ୍କୁ ନେଇ ନୂତନ ରଣନୀତି ପ୍ରସ୍ତୁତ କରିଛି । ଯାହା ଦ୍ୱାରା ମାଂସ ଖାଉଥିବା ବ୍ୟକ୍ତିଙ୍କ ସଂଖ୍ୟା କମିବ ଏବଂ ସମସ୍ତ ଜୀବ ନିଜକୁ ସୁରକ୍ଷିତ ମନେ କରିବେ । ପେଟା ମହିଳାମାନଙ୍କୁ କହିଛି ଯେଉଁ ପୁରୁଷ ମାଂସ ଖାଉଛନ୍ତି ସେମାନଙ୍କ ସହ ସମ୍ପର୍କ ରଖ ନାହିଁ । ଏହାର ପ୍ରମୁଖ କାରଣ ହେଲା ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ମାଂସ ଖାଉଛନ୍ତି । ଫଳରେ ପୁରୁଷଙ୍କ କାର୍ବନ ଫୁଟପ୍ରିଂଟ ୪୦ ପ୍ରତିଶତରୁ ଅଧିକ ରହୁଛି । ସେଥିପାଇଁ ସେମାନେ ଏହି ଦଣ୍ଡ ପାଇବା ହକଦାର ।

ପ୍ରତିବର୍ଷ କୋଟି କୋଟି କୁକୁଡା, ଗାଈ, ଛେଳି ଓ ଘୁଷୁରିଙ୍କୁ ହତ୍ୟା କରାଯାଉଛି । ଏହାର ପ୍ରତିକୂଳ ପ୍ରଭାବ ପରିବେଶ ଉପରେ ମଧ୍ୟ ପଡୁଛି । ଜର୍ମାନୀରେ ଏହି ଅଭିଯାନ ପେଟା ପ୍ରଥମେ ଆରମ୍ଭ କରିଛି । ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି । ଜର୍ମାନୀ ଝିଅମାନେ ସେମାନଙ୍କ ପୁରୁଷ ବନ୍ଧୁ, ପ୍ରେମିକ ଓ ସ୍ୱାମୀମାନଙ୍କୁ ଏଥିପାଇଁ ମନାଇବା ଆରମ୍ଭ କରିଛନ୍ତି ।

Related Articles

Back to top button